ହିମାଚଳ କୁଲ୍ଲୁରେ ଦେଖୁ ଦେଖୁ ଭୁଶୁଡି ପଡିଲା ବଡ ବଡ କୋଠା, ଅନେକ ଲୋକ ଦବିଥିବା ଆଶଙ୍କା : ଦେଖନ୍ତୁ ଭିଡିଓ

ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶ ଆନି ଠାରେ ବହୁତଳ ପ୍ରାସାଦ ଭୁଶୁଡି ପଡିଛି। କିଛି ସେକେଣ୍ଡ ମଧ୍ୟରେ ତାସ ଘର ଭଳି ଭୁଶୁଡି ପଡୁଛି ବଡ ବଡ କୋଠା । ନିମିଷକେ ଧୋଇଯାଇଛି କୋଟି କୋଟି ଟଙ୍କାର ସମ୍ପତ୍ତି ।

ହିମାଚଳ ପ୍ରଦେଶ କୁଲ୍ଲୁରେ ପ୍ରକୃତିର ତାଣ୍ଡବ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଆନି ଠାରେ ବହୁତଳ ପ୍ରାସାଦ ଭୁଶୁଡି ପଡିଛି। ଭୟଙ୍କର ଭାବେ ଭୁଶୁଡି ପଡୁଥିବା ବିଲିଡିଂରେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକ ଦୌଡିଆସିଥିଲେ । ଅନେକ ଲୋକ ମାଟିତଳେ ଦବିଥିବା ଆଶଙ୍କା କରାଯାଉଛି ।

କିଛି ସେକେଣ୍ଡ ମଧ୍ୟରେ ତାସ ଘର ଭଳି ଭୁଶୁଡି ପଡୁଛି ବଡ ବଡ କୋଠା । ନିମିଷକେ ଧୋଇଯାଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । ବାସହରା ହୋଇଛନ୍ତି ଶହ ଶହ ଲୋକ । କିଛିଦିନ ତଳେ ଏହି ବିଲିଡିଂରେ ଫାଟ ସୃଷ୍ଟି ହୋଇଥିଲା । ତେଣୁ ୩ ଦିନ ପୂର୍ବରୁ ଅନେକ ଘରୁ ଲୋକମାନଙ୍କୁ ଖାଲି କରାଯାଇଥିଲା ।

 

View this post on Instagram

 

A post shared by KNews Odisha (@knewsodisha)

ହିମାଚଳରେ ଲଗାତାର ଗତ ୨୪ ଘଣ୍ଟା ହେଲାଣି ପ୍ରବଳ ବର୍ଷା ହେଉଛି । ଏପର୍ଯ୍ୟନ୍ତ ୧୧ ଜଣ ଲୋକଙ୍କ ଜୀବନ ଗଲାଣି । ଏଠାରେ ୫ଟି ଜାତୀୟ ରାଜପଥ ସହିତ ୮୫୦ ରାସ୍ତା ବନ୍ଦ ରହିଛି । ୨୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ ।

ସେପଟେ କୁଲୁ- ମଣ୍ଡି ରାସ୍ତା ଧୋଇ ଯାଇଥିବାରୁ ବହୁ ସଂଖ୍ୟା ଗାଡି ଅଟକି ରହିଛି। ରାଜ୍ୟର ୯ ଜିଲ୍ଲା ସିମଲା, ସିରମୋର, କାଂଗ୍ରା, ଚାମ୍ବା, ମଣ୍ଡି, ହମିରପୁର, ସୋଲାନ, ବିଳାସପୁର ଓ କୁଲୁ ଜିଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଗକୁ ପରିସ୍ଥିତ ଆହୁରି ଭୟଙ୍କର ହେବା ଆଶଙ୍କା କରାଯାଉଛି। ରାଜ୍ୟ ସରକାରଙ୍କ ଆକଳନ ଅନୁଯାୟୀ ହିମାଚଳରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୧୦ ହଜାର କୋଟି କ୍ଷତି ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.