ମଝି ଆକାଶରେ ଦୋହଲିଲା ଏୟାର ଇଣ୍ଡିଆ ବିମାନ, ୭ ଯାତ୍ରୀ ଆହତ

ଦିଲ୍ଲୀରୁ ସିଡନୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ମଝି ଆକାଶରେ ଦୋହଲିଲା । ୭ ଯାତ୍ରୀ ହେଲେ ଆହତ । ତେବେ କ’ଣ ପାଇଁ ଏହା ହୋଇଥିଲା, ତାହା ଏଯାଏଁ ଜଣାପଡିନାହିଁ ।

ମଝି ଆକାଶରେ ଦୋହଲିଲା ବିମାନ। ଆହତ ହେଲେ ଯାତ୍ରୀ । ଦିଲ୍ଲୀରୁ ସିଡନୀ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ଏଭଳି ଘଟଣା ଘଟିଛି । ଖବର ମୁତାବକ, ବିମାନଟି ମଝି ଆକାଶରେ ଦୋହଲିବାରୁ ୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ କ୍ରୁ ସଦସ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା କରିଥିଲେ। ଯାତ୍ରୀମାନେ ସିଡନୀରେ ପହଞ୍ଚିବା ପରେ ଚିକିତ୍ସିତ ହୋଇଥିଲେ ବୋଲି ଡିଜିସିଏ କହିଛି । ତେବେ କୌଣସି ଯାତ୍ରୀ ହସପିଟାଲରେ ଭର୍ତ୍ତି ହୋଇନାହାନ୍ତି ।

ଖବର ମୁତାବକ, ମେ ୧୬ ତାରିଖରେ ଏୟାର ଇଣ୍ଡିଆ ବିମାନ ଏଆଇ ୩୦୨ ଦିଲ୍ଲୀରୁ ସିଡନୀକୁ ଉଡ଼ାଣ ଭରିଥିଲା। ଉଡ଼ାଣ ସମୟରେ କୌଣସି ସମସ୍ୟା ହୋଇନଥିବା ବେଳେ ମଝି ଆକାଶରେ ବିମାନ ହଠାତ୍‌ ଦୋହଲିବାକୁ ଲାଗିଥିଲା। ମଝି ଆକାଶରେ ଏଭଳି ହେବାରୁ ୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ କ୍ରୁ ସଦସ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା କରିଥିଲେ। ବିମାନଟି ସିଡନୀରେ ଅବତରଣ କରିବା ପରେ ବିମାନ ବନ୍ଦରରେ ଯାତ୍ରୀମାନଙ୍କ ପାଇଁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। ତେବେ କେବଳ ୩ ଜଣ ଯାତ୍ରୀ ଚିକିତ୍ସା ପାଇଁ ରାଜି ହୋଇଥିଲେ ।

ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି, ମେ ୧୬ ରେ ଦିଲ୍ଲୀରୁ ସିଡନୀ ଯାଇଥିବା ଏୟାରଇଣ୍ଡିଆ ବିମାନ ଏଆଇ ୩୦୨ ମଝି ଆକାଶରେ ଦୋହଲିଥିଲା । ଯେଉଁଥି ପାଇଁ ପାଇଁ ସମସ୍ତ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ବିମାନଟି ସିଡନୀରେ ସୁରକ୍ଷିତ ଲ୍ୟାଣ୍ଡିଂ ପରେ ୩ ଜଣ ଯାତ୍ରୀ ଚିକିତ୍ସା କରିଥିଲେ । କୌଣସି ଯାତ୍ରୀ ହସପିଟାଲରେ ଭର୍ତ୍ତି ହୋଇନାହାନ୍ତି । ତେବେ ଏହି ଘଟଣା ବିଷୟରେ ସମ୍ବନ୍ଧୀୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.