ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୃତ୍ତ, ଲୁଟି ନେଲେ ଦେଢ ଲକ୍ଷ ଟଙ୍କାରୁ ଅଧିକ ଆସବାବପତ୍ର

ଗ୍ୟାସ ଟାଙ୍କି ଠାରୁ ଆରମ୍ଭ କରି ବଭିନ୍ନ ଘରକରଣା ସାମଗ୍ରୀ ଚୋରି ହୋଇଛି। ଏହା ସହିତ ଟିଭିର ସେଟଅପ୍ ବକ୍ସ ନେବା ସହ ଫ୍ରିଜଟିକୁ ବାଡେଇ ଭାଙ୍ଗି ଦେଇଛନ୍ତି। ବିଗ୍ମିତାଙ୍କ ପରିବାର ସନ୍ଦେହ କରୁଛନ୍ତି କି ଦୁର୍ବୃତ୍ତମାନେ ଛାତ ପଟୁ ଘରେ ପଶି ଏ ଭଳି କାଣ୍ଡ ରଚିଛନ୍ତି।

ଟାଙ୍ଗୀ(କେନ୍ୟୁଜ୍):  ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୃତ୍ତ ।  ପାଖାପାଖି ଦେଢ ଲକ୍ଷ ଟଙ୍କାର ଆସବାବ ପତ୍ର ଲୁଟିନେଇ ଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ବଡ଼ପାରୀ ଗ୍ରାମର ପାଇକ ସାହିରେ। ମିଳିଥିବା ସୂଚନା ଅନୁସାରେ ବାଗ୍ମିତା ବାରିକଙ୍କ ପରିବାର ଭୁବନେଶ୍ବରରେ ରୁହନ୍ତି। ପ୍ରତି ୧୦ରୁ ୧୫ ଦିନ ଥରେ ସେମାନେ ଘରକୁ ଆସନ୍ତି। ଗତ ୧୦ ଦିନ ତଳେ ସେମାନେ ଆସି ଘରେ କିଛି ଦିନ ରହି ପୁଣି ଭୁବନେଶ୍ବର ଫେରିଯାଇଥିଲେ।

ଆଜି ସକାଳୁ ପୁଣି ଗାଁକୁ ଫେରି ଘର ଖୋଲି ଦେଖାବା ବେଳକୁ ଘରର ଆସବାବପତ୍ର ସବୁ ଛିନଛତ୍ର ହୋଇ ପଡିଛି। ଗ୍ୟାସ ଟାଙ୍କି ଠାରୁ ଆରମ୍ଭ କରି ବଭିନ୍ନ ଘରକରଣା ସାମଗ୍ରୀ ଚୋରି ହୋଇଛି। ଏହା ସହିତ ଟିଭିର ସେଟଅପ୍ ବକ୍ସ ନେବା ସହ ଫ୍ରିଜଟିକୁ ବାଡେଇ ଭାଙ୍ଗି ଦେଇଛନ୍ତି। ବିଗ୍ମିତାଙ୍କ ପରିବାର ସନ୍ଦେହ କରୁଛନ୍ତି କି ଦୁର୍ବୃତ୍ତମାନେ ଛାତ ପଟୁ ଘରେ ପଶି ଏ ଭଳି କାଣ୍ଡ ରଚିଛନ୍ତି। ଏନେଇ ସେ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି। ଟାଙ୍ଗୀ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତକୁ ଜୋରଦାର କରିଛି।