ଭୟଙ୍କର ଆଗ୍ନେୟଗିରି ଉଦଗୀରଣ, ୪୦୦୦ ମିଟର ଉପରକୁ ଉଠିଲା ନିଆଁ

ଆଗ୍ନେୟଗିରି, ଯାହାର ନାଁ ଶୁଣିଲେ ଛାତି ଥରିଉଠେ । ଏହାର ଦୃଶ୍ୟ ଏତେ ଭୟଙ୍କର ହୋଇଥାଏ ଯେ ଏହାକୁ ପାଖରୁ ଦେଖିବା କିମ୍ବା ଅନୁଭବ କରିବା କୌଣସି ବଡ଼ ବିପଦଠୁ କମ ନୁହେଁ ।  ସେହିପରି ପୂର୍ବ ଇଣ୍ଡୋନେସିଆରେ ରବିବାର ଦିନ ଏକ ଆଗ୍ନେୟଗିରିରୁ ଉଦଗୀରଣ ହୋଇଛି, ଯାହାର ପାଉଁଶ ଆକାଶରେ ୪୦୦୦ ମିଟର ଉଚ୍ଚକୁ ଉଠିଛି । ଏଥିପାଇଁ ସେଠାକାର ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ନୁସା ତେଙ୍ଗଗାରା ପ୍ରଦେଶରେ ଏହି ଆଗ୍ନେୟଗିରିରୁ  ଉଦ୍‌ଗିରଣ  ହୋଇଛି ବୋଲି ସୂଚନା ମିଳିଛି । ମାଉଣ୍ଟ ଇଲି ଲେଭୋଟୋଲୋକ ନାମକ ଆଗ୍ନେୟଗିରି ଚାରିପାଖରେ ଅବସ୍ଥିତ ପ୍ରାୟ ୨୮ଟି ଗାଁରୁ ୨୮୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯଦିଓ ପର୍ଯ୍ୟନ୍ତ କୌଣସି ଆହତଙ୍କ ଖବର ମିଳିନାହିଁ।

Get Ready for More Volcanic Eruptions as the Planet Warms - Scientific American

ପାଉଁଶ ଆକାଶରେ ପ୍ରବାହିତ ହେଉଥିବାରୁ ଆଗ୍ନେୟଗିରି ଉଦଗୀରଣ ହେବା ପରେ ସ୍ଥାନୀୟ ବିମାନ ବନ୍ଦର ବନ୍ଦ ରହିଥିଲା ​​ବୋଲି ପରିବହନ ମନ୍ତ୍ରଣାଳୟ କହିଛି। ତେବେ ଏଠାରେ କହି ରଖିବୁ ଯେ ଇଣ୍ଡୋନେସିଆରେ ୧୨୦ ରୁ ଅଧିକ ସକ୍ରିୟ ଆଗ୍ନେୟଗିରି ଅଛି।

ପାଉଁଶର କ୍ଷତିକାରକ ପ୍ରଭାବରୁ ଲୋକଙ୍କ ଆଖି ଏବଂ ଚର୍ମକୁ ରକ୍ଷା କରିବା ପାଇଁ ସରକାର ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଆଗ୍ନେୟଗିରି ଗର୍ତ୍ତଠାରୁ ୪ କିଲୋମିଟର ଦୂରରେ ରହିବାକୁ ସେ ସହରବାସୀଙ୍କୁ ଚେତାବନୀ ଦେଇଛନ୍ତି,  କାରଣ ଏହି ଅଞ୍ଚଳରେ “ଗରମ ବାଦଲ, ଲାଭା, ଲାଭା ହିମସ୍ଖଳନ ଏବଂ ବିଷାକ୍ତ ଗ୍ୟାସ୍” ପ୍ରବାହିତ ହେବାର ସମ୍ଭାବନା ମଧ୍ୟ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.