Below header

କରୋନାରୁ ଠିକ୍‌ ହେବା ପରେ ବି ଫୁସ୍‌ଫୁସ୍‌ ହୋଇଯାଉଛି ଫାଇବ୍ରୋସିସ୍‌, ବଞ୍ଚିବାକୁ ହେଲେ ଶୀଘ୍ର ଆପଣାନ୍ତୁ ଏହି ପ୍ରାଣାୟମ

ସହରାନ୍‌ପୁର :କରୋନା ସଂକ୍ରମଣ ପରେ ବି ଯେଉଁମାନେ ସୁସ୍ଥ ହୋଇଯାଉଛନ୍ତି ସେମାନଙ୍କ ଠାରେ ଫୁସ୍‌ଫୁସ୍‌ ଫାଇବ୍ରୋସିସ୍‌ ଭଳି ମାରାତ୍ମକ ରୋଗ ଦେଖାଯାଉଛି । ଏଥିରୁ ରକ୍ଷା ପାଇବା ପାଇଁ ପ୍ରାଣାୟମ ହିଁ ଏକମାତ୍ର ମାଧ୍ୟମ ।ଏମିତି କହିଛନ୍ତି ଜଣେ ଯୋଗ ଗୁରୁ ।

ବର୍ତ୍ତମାନ ସମୟରେ କରୋନା ମହାମାରୀ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏଥିରୁ ଯେଉଁ ସଂକ୍ରମିତମାନେ ସୁସ୍ଥ ହେଉଛନ୍ତି, ସେମାନଙ୍କ ଠାରେ ଫୁସ୍‌ଫୁସ୍‌ ଫାଇବ୍ରୋସିସ୍‌ ଭଳି ରୋଗ ଦେଖାଯାଉଛି । ଯାହାକି ଜଣେ ବ୍ୟକ୍ତି ପାଇଁ ମାରାତ୍ମକ ହୋଇଥାଏ । ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ଯୋଗ ପ୍ରାଣାୟମର ଆବଶ୍ୟକତା ରହିଛି ବୋଲି ଯୋଗଗୁରୁ ଗୁଲ୍‌ସନ୍‌ କୁମାର କହିଛନ୍ତି ।

LUNGS-1

ଯେଉଁ ଲୋକ କରୋନା ସଂକ୍ରମଣରୁ ବଞ୍ଚିଯାଇଛନ୍ତି ସେମାନଙ୍କ ଠାରେ ନିଶ୍ୱାସ ନେବାରେ କଷ୍ଟ, ଅକ୍ସିଜେନ୍‌ ସ୍ତରରେ କମ୍‌ ଦେଖାଯିବା, କାଶ ଓ କ୍ଲାନ୍ତ ଆଦି ଲକ୍ଷଣ ଦେଖାଯାଉଛି । ଏହି ରୋଗୀମାନଙ୍କର ଅକ୍ସିଜେନ୍‌ ସ୍ତର ୯୮ରୁ ଖସି ୭୦-୮୦ ରହୁଥିବା ଦେଖାଯାଉଛି । ଏହି ସ୍ଥିତିରେ ଯୈାଗିକ ପ୍ରାଣାୟାମ ଯଦି କରାଯାଏ ତେବେ ଏହାଦ୍ୱାରା ଡାୟାଫ୍ରାମ୍‌କୁ ଶକ୍ତି ମିଳିଥାଏ ଓ ଶରୀରରେ ଜମି ରହିଥିବା ଅଧିକ କଫ୍‌ ବାହାରି ଆସିଥାଏ ।

LUNGS-2

ରୋଗୀ ଚେୟାର ଉପରେ ବସି ବି କରିପାରିବେ ପ୍ରାଣାୟମ :

ଗଭୀର ଶ୍ୱାସ ପ୍ରଶ୍ୱାସ(ଡିପ୍‌ ବ୍ରେଦିଂ) ନେବା ଦ୍ୱାରା ଶରୀରରେ ଅକ୍ସିଜେନ୍‌ ସ୍ତର ବଢ଼ିଥାଏ ଓ ଥକ୍କାପଣରେ ସୁଧାର ଆସିଥାଏ । ଯଦି କାହାକୁ ଶ୍ୱାସ ନେବାରେ ଅଧିକ କଷ୍ଟ ହେଉଥାଏ ତେବେ ସେ ଶୋଇ କରି ମଧ୍ୟ ଧିର ଗତିରେ ଗଭୀର ଶ୍ୱାସ ନେବାକୁ ପ୍ରଯତ୍ନ କରିପାରିବେ । ଏହି କାର୍ଯ୍ୟ ସେ ପର୍ଯ୍ୟନ୍ତ କରିବେ ଯେ ପର୍ଯ୍ୟନ୍ତ ଥକାପଣ ନ ମେଣ୍ଟିଛି । ଯଦି ରୋଗୀ ବସିପାରୁଥାନ୍ତି, ତେବେ ସେମାନେ ଚେୟାର ଉପରେ ମଧ୍ୟ ବସି ଏହି ପ୍ରାଣାୟମ କରିପାରିବେ । ଏଠାରେ ରୋଗୀ, ଜିଭକୁ ସିଟି ମାରିବା ଆକାରରେ ଗୋଲ୍‌ କରି ଧିରେ ଧିରେ ଶରୀର ଭିତରକୁ ପ୍ରଶ୍ୱାସ ନେବେ ଏବଂ ଧିରେ ଧିରେ ନାସିକା ସାହାଯ୍ୟରେ ନିଶ୍ୱାସ ଛାଡିବେ । ଏହାକୁ ୨୦ ଥର ଯାଏ କରନ୍ତୁ ।

LUNGS-3

ଏହି ପ୍ରୟୋଗ କରିବା ଦ୍ୱାରା ଶୀଘ୍ର ଲାଭ ମିଳିଥାଏ :

ଅନୁଲୋମ ବିଲୋମ ପ୍ରାଣାୟମ ସହ ଏହି କାର୍ଯ୍ୟ ମଧ୍ୟ ଧିରେ ଧିରେ କରନ୍ତୁ । ଯେବେ ଥକା ଲାଗୁଛି, ଆରାମ କରନ୍ତୁ । ଏହିପରି ଅଭ୍ୟାସ ଦିନରେ ବାରମ୍ବାର କରନ୍ତୁ । ଫାଇବ୍ରୋସିସ୍‌ ସମସ୍ୟାରୁ ଆରାମ୍‌ ମିଳିବା ପାଇଁ ଏହି ଅଭ୍ୟାସ କରିବା ଅତ୍ୟନ୍ତ ଲାଭଦାୟକ । ଏଥି ସହିତ ରୋଗୀ ତାଡାସନ, କୋଣାସନ, ଗୋମୁଖାସନ, ଭୁଜଙ୍ଗାସନ ଓ ମକରାସନ ଆଦିରୁ ଲାଭ ମିଳିଥାଏ । ଏହାଛଡ଼ା ଓଁକାର ଧ୍ୟାନ, ସକରାତ୍ମକ ଭାବନା, ଭିଟାମିନ୍‌ରେ ପୂର୍ଣ୍ଣ ଫଳ, ସବୁଜ ପନିପରିବା ଓ ପୁଷ୍ଟିକର ଖାଦ୍ୟ ରୋଗୀକୁ ଶୀଘ୍ର ଆରୋଗ୍ୟ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.