Below header

 ତୁନିଶା ସୁଇସାଇଡ୍‌ ଘଟଣାରେ ନୂଆ ମୋଡ଼, ଶ୍ରଦ୍ଧାଙ୍କ ପାଇଁ ତୁନିଶାଙ୍କ ସହ ବ୍ରେକଅପ୍‌

ଅଭିନେତ୍ରୀ ତୁନିଶା ସୁଇସାଇଡ୍‌ ଘଟଣାରେ ନୂଆ ମୋଡ଼ । ଶ୍ରଦ୍ଧାଙ୍କ ପାଇଁ ତୁନିଶାଙ୍କ ସହ ବ୍ରେକଅପ୍‌ କରିଥିଲେ ସିଜାନ । ବୟସ ଓ ଧର୍ମ ପାଇଁ ହୋଇଥିଲା ବ୍ରେକଅପ୍‌ । ପୋଲିସ ଆଗରେ ବୟଫ୍ରେଣ୍ଡ ସିଜାନଙ୍କ ଆଶ୍ଚର୍ଯ୍ୟ କଲା ଭଳି ବୟାନ । ଦିଲ୍ଲୀର ଶ୍ରଦ୍ଧା ମର୍ଡର କେସ୍‌ ଚର୍ଚ୍ଚାକୁ ଆସିବା ପରଠୁ ବିଚଳିତ ଥିଲେ ତୁନିଶାଙ୍କ ପୁରୁଷ ବନ୍ଧୁ । ଶ୍ରଦ୍ଧାଙ୍କୁ ତାଙ୍କ ଲିଭ ଇନ ପାର୍ଟନର ଆଫତାବ ହତ୍ୟା କରିବା ପରେ ୩୨ଖଣ୍ଡ କରିଦେଇଥିଲେ ।

ଶ୍ରଦ୍ଧା ହତ୍ୟା ମାମଲାରେ ଲଭ ଜିହାଦ କଥା ବି ଉଠିଥିଲା । ଏଥିପାଇଁ ଚିନ୍ତାଗ୍ରସ୍ତ ଥିଲେ ସିଜାନ । କାରଣ ସିଜାନ ଓ ତୁନିଶା ଥିଲେ ଭିନ୍ନ ଧର୍ମର । ସେମାନଙ୍କ ମଧ୍ୟରେ ବୟସ ବ୍ୟବଧାନ ବି ଅଧିକ ଥିଲା । ତେଣୁ କିଛି ବିବାଦ ହେବା ଆଗରୁ ସିଜାନ ତୁନିଶାଙ୍କ ସହ ବ୍ରେକଅପ୍‌ କରିଥିଲେ । ଏହା ସହ ପୂର୍ବରୁ ମଧ୍ୟ ତୁନିଶା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେତେବେଳେ କିନ୍ତୁ ସିଜାନ ତାଙ୍କୁ ବଞ୍ଚାଇଦେଇଥିଲେ ।

ତୁନିଶାଙ୍କ ପରିବାର ଲୋକ ସିଜାନ ଉପରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସିଜାନଙ୍କ ଅନେକ ଯୁବତୀଙ୍କ ସହ ସମ୍ପର୍କରେ ଥିଲା । ତୁନିଶାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ବି ଦେଇଥିଲେ । ତାଙ୍କ ଝିଅକୁ ସିଜାନ ଧୋକା ଦେଇଥିବା କହିଛନ୍ତି ତୁନିଶାଙ୍କ ମାଆ ।

ମାତ୍ର ୧୪ ଦିନ ପୂର୍ବରୁ ହୋଇଥିଲା ବ୍ରେକଅପ୍‌ । ଡିପ୍ରେସନକୁ ଚାଲିଯାଇଥିଲେ ତୁନିଶା । ସୁଟିଂ ସେଟ୍‌ରେ ସିଜାନଙ୍କ ମେକ୍‌ଅପ୍‌ ରୁମ୍‌ରେ ଆତ୍ମହତ୍ୟା କରିଥିଲେ । ସିଜାନଙ୍କୁ ୪ ଦିନିଆ ହେପାଜତରେ ନେଇ ଅଧିକ ତଦନ୍ତ କରୁଛି ମୁମ୍ବାଇ ପୋଲିସ । ବ୍ୟୁରୋ ରିପୋର୍ଟ କଳିଙ୍ଗ ଟିଭି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.