ବହି ପଢି ପାରିବେ କିନ୍ତୁ ଦେବାକୁ ପଡ଼ିବନି ପଇସା, ଜାଣନ୍ତୁ କେଉଁଠି ରହିଛି ଏପରି ବହି ବଜାର?

କେନ୍ୟୁଜ୍‌(ବ୍ୟୁରୋ): ଆପଣ ବହି ପଢିବାକୁ ଭଲପାଆନ୍ତି କି ? ଆପଣଙ୍କ ପାଇଁ ଆମେ ଏକ ଭଲ ଖବର ନେଇ ଆସିଛୁ । ଏପରି ଏକ ବହି ବଜାର ବାବଦରେ କହିବାକୁ ଯାଉଛୁ ଯାହା ଦୁନିଆର ସବୁଠୁ ପୁରୁଣା ବହି ବଜାର । ଯେଉଁଠି ରାସ୍ତାରେ ବହି ବିଛା ଯାଇଥିବାର ଦେଖିବାକୁ ପାଇବେ । ଯାହା ହୁଏତ ଅନ୍ୟ କେଉଁଠି ଆପଣ ଦେଖିବାକୁ ପାଇବେ ନାହିଁ । ଆପଣଙ୍କୁ ଏଠାରେ ବହି ପଢିବା ପାଇଁ ପଇସା ଦେବାକୁ ପଡ଼ିବ ନାହିଁ । ପୁରା ମାଗଣାରେ ବହି ପଢିବେ ଓ ଯେଉଁଠୁ ବହି ଉଠାଇଥିବେ ସେଇଠି ରଖିଦେବେ ।

ଇରାକ ରାଜଧାନୀ ବଗଦାଦର ଅଲ ମୁତାନବି ଷ୍ଟ୍ରିଟ୍‌ରେ ରହିଛି ଏହି ବହି ବଜାର । ୧୯୩୨ରେ ରାଜା ଫ୍ରେସଲ ପ୍ରଥମଙ୍କ ଦ୍ୱାରା ଏହି ବଜାରର ଉଦଘାଟନ ହୋଇଥିଲା । ପ୍ରସିଦ୍ଧ କବି ଅବୁଲ ତେୟବ ଅଲ ମୁତାନବିଙ୍କ ନାଁ ଅନୁସାରେ ଏହି ବଜାରର ନାମ କରଣ କରାଯାଇଛି । କୁହାଯାଏ ବଗଦାଦର ଏହା ହେଉଛି ପ୍ରଥମ ବହି ବଜାର । ତାହାପୁଣି ସର୍ବ ପୁରାତନ । ଅନେକ ଐତିହାସିକ ଘଟଣାର ସାକ୍ଷୀ ରହିଛି ଏହି ବଜାର । ମେସୋପୋଟାମିଆର ରାଜନୈତିକ ଓ ସାସ୍କୃତିକ ପରିବର୍ତ୍ତନର ମୁକସାକ୍ଷୀ ହୋଇ ରହିଛି ଏହି ବଜାର ।

ଏବେ ଆମେ ଏହି ବହି ବଜାରର କିଛି ରୋଚକ କଥା କହିବାକୁ ଯାଉଛୁ । ଏହି ବଜାରରେ ଯେବେ ଆପଣ ରାତିରେ ଚାଲିବେ ରାସ୍ତାରେ ବିଭିନ୍ନ ଧରଣର ବହିସବୁ ପଡ଼ିଥିବାର ଦେଖିବାକୁ ପାଇବେ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଆଶ୍ଚର୍ଯ୍ୟ ହେବାବି ସ୍ୱାଭାବିକ । କାରଣ ଏପରି ଦୃଶ୍ୟ କେଉଁଠିବି ଦେଖିବାକୁ ମିଳି ନଥାଏ । ଏବେ ଆପଣଙ୍କୁ ଆମେ ଜଣାଇ ରଖୁଛୁ ଏହି ବଜାର ଦେଇ ଯାଉଥିବା ଲୋକ କିପରି ବହି ପଢି ପାରିବେ ସେଇଥି ପାଇଁ ଏଠାରେ ରାସ୍ତା ଉପରେ ବହିକୁ ପକେଇ ଦିଆଯାଇଥାଏ । ଏହି ବହି ଏଠାରେ ଏମିତି ଥାଏ । କେହି କେବେ ଚୋରି କରିବାରବି ନଜରକୁ ଆସିନି । ଇରାକି କହନ୍ତି ପାଠକ ଚୋରି କରନ୍ତିନି ଓ ଚୋର ବହି ପଢେନି ।

ଆପଣ ଯଦି ଏହି ବହିରୁ ପଢିବାକୁ ଚାହିଁବେ ଆପଣ ପଢିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ । ପୁରା ମାଗଣାରେ ଆପଣ ବହି ପଢି ପାରିବେ । ଆପଣଙ୍କୁ କିନ୍ତୁ ବହିଟିକୁ ଯେଉଁଠୁ ଉଠାଇଥିବେ ସେଇଠି ରଖିବାକୁ ପଡ଼ିବ । ଏତିକିତ ଜଣେ ନିଶ୍ଚିୟ କରି ପାରିବ ।

ଏମିତିରେ ପ୍ରତ୍ୟେକ ଦିନ ଏହି ବଜାର ଖୋଲିଥାଏ କିନ୍ତୁ ଶୁକ୍ରବାର ଅଧିକ ଭିଡ଼ ଦେଖିବାକୁ ମିଳିଥାଏ ଏହି ବଜାରରେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ବଜାରକୁ ବହି ନେବାକୁ ଆସିଥାନ୍ତି । ଏହାସହ ପ୍ରତ୍ୟେକ ଦିନ ସାହିତ୍ୟିକ ଓ ପାଠକଙ୍କ ଭିଡ଼ ଦେଖିବାକୁ ମିଳେ । ବଗଦାଦର ହୃଦୟ କୁହାଯାଉଥିବା ଅଲ ମୁତାନବି ଷ୍ଟ୍ରିଟ୍‌ର ଉଭୟ ପାର୍ଶ୍ୱରେ ଶହ ଶହ ବହି ଦୋକାନ ଦେଖିବାକୁ ପାଇବେ । ଏହାସହ ବୁକ୍‌ ଆଉଟ୍‌ଲେଟ୍‌ ମାନି ରହିଛି ଏଠାରେ । ପ୍ରାୟ ସମସ୍ତ ପ୍ରକାରର ବହି ଆପଣ ଏଠାରେ ପାଇ ପାରିବେ । ବହି ଦୋକାନ ସହ କେଫେ ଓ ଚା ଦୋକାନ ବି ଏଠାରେ ଖୋଲିଲାଣି । ଯାହାର ମଜା ଆପଣ ବି ନେଇ ପାରିବେ । ଆପଣ ବି ଥରେ ବୁଲି ଆସନ୍ତୁ ଏହି ବଜାରରୁ । ବହି ପଢା ସହ କେଫେରେ ବସି ଚା ପିଇବାର ମଜା ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.