Below header

ଅଟୋପ୍‌ସି କରିଥିବା କର୍ମଚାରୀଙ୍କ ଚାଞ୍ଚଲ୍ୟକର ବୟାନ: ସୁଶାନ୍ତ ସିଂଙ୍କୁ କରାଯାଇଛି ହତ୍ୟା

କେନ୍ୟୁଜ୍(ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ହତ୍ୟା । ଦାବି କରିଛନ୍ତି କୋପର ହସ୍ପିଟାଲର ଜଣେ କର୍ମଚାରୀ । ଯିଏ ସୁଶାନ୍ତ ସିଂଙ୍କ ଅଟୋପ୍‌ସି କରିଥିଲେ। ଝୁଲିପଡ଼ିବା ପରେ ଶ୍ୱାସରୁଦ୍ଧ ହୋଇ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟିଥିବା ଅଟୋପ୍‌ସି ରିପୋର୍ଟରେ କୁହାଯାଇଥିଲା। ଏବେ କୋପର ହସ୍ପିଟାଲର ଏହି କର୍ମଚାରୀ ଜଣଙ୍କ କାହାଣୀରେ ନୂଆ ଟ୍ଵିଷ୍ଟ ଆଣିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ । ହତ୍ୟା ବୋଲି ସେ ଦାବି କରିଛନ୍ତି ।

ତାଙ୍କର ଏହି ଦାବି ପରେ ସୁଶାନ୍ତ ସଂ ରାଜପୁତ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଦେଇଛି । ୨୦୨୦ ଜୁନ ୧୪ ତାରିଖରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ବାନ୍ଦ୍ରା ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.