ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚିତ, ଆପ୍ ପାର୍ଟିର ଶେଲି ଓବରୟ ମାରିନେଲେ ବାଜି
ଦିଲ୍ଲୀ ନଗର ନିଗମରେ ୧୦ ବର୍ଷ ମଧ୍ୟରେ ପ୍ରଥମ ମହିଳା ମେୟର ନିର୍ବାଚିତ ହୋଇଛନ୍ତି । ଆପ୍ ପାର୍ଟିର ଶେଲି ଓବରୟ ମେୟର ନିର୍ବାଚନରେ ବାଜି ମାରିନେଇଛନ୍ତି । ସେ ବିଜେପିର ରେଖା ଗୁପ୍ତାକୁ ୩୪ ଖଣ୍ଡ ଭୋଟରେ ହରାଇଛନ୍ତି।
ଦିଲ୍ଲୀରେ ଇତିହାସ ରଚିଲା ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ନଗର ନିଗମରେ ୧୦ ବର୍ଷ ମଧ୍ୟରେ ପ୍ରଥମ ମହିଳା ମେୟର ନିର୍ବାଚିତ ହୋଇଛନ୍ତି । ଆପ୍ ପାର୍ଟିର ଶେଲି ଓବରୟ ମେୟର ନିର୍ବାଚନରେ ବାଜି ମାରିନେଇଛନ୍ତି । ସେ ବିଜେପିର ରେଖା ଗୁପ୍ତାକୁ ୩୪ ଖଣ୍ଡ ଭୋଟରେ ହରାଇ ନୂଆ ମେୟର ବନିଛନ୍ତି। ଏମସିଡି ନିର୍ବାଚନ ଶେଷ ହେବାର ୭୫ ଦିନ ପରେ ଦିଲ୍ଲୀକୁ ନୂଆ ମେୟର ମିଳିଛନ୍ତି।
ମେୟର ନିର୍ବାଚନରେ ଆପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଟ୍ଵିଟ୍ କରି କହିଛନ୍ତି, ‘ ଗୁଣ୍ଡା ହାରି ଯାଇଛନ୍ତି, ଜନତା ଜିତିଛନ୍ତି । ଦିଲ୍ଲୀ ନଗର ନିଗମରେ ଆଜି ଦିଲ୍ଲୀ ଜନତାଙ୍କ ବିଜୟ ହୋଇଛି। ଆଉ ଗୁଣ୍ଡମାନେ ହାରିଯାଇଛନ୍ତି । ଶେଲି ଓବରୟ ଜନତାଙ୍କ ହୃଦୟ ଜିତିନେଇଛନ୍ତି । ଏଥିପାଇଁ ଜନତାଙ୍କୁ ଧନ୍ୟବାଦ ।
ଏହା ପୂର୍ବରୁ କେଜ୍ରିଓ୍ଵାଲ ମନୀଷ ସିସୋଦିଆ ଟ୍ଵିଟ୍ରେ ଏମିତି କିଛି ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ, ଗୁଣ୍ଡା ହାରିଗଲେ, ଜନତା ଜିତିଗଲେ । ଆପ୍ର ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା । ପ୍ରଥମ ମହିଳା ମେୟରଙ୍କୁ ବହୁତ ବହୁତ ଶୁଭେଚ୍ଛା ।
ପୂର୍ବରୁ ୩ଥର ହଟ୍ଟଗୋଳ ଯୋଗୁ ଦିଲ୍ଲୀ ଏମସିଡିର ମେୟର ନିର୍ବାଚନ ହୋଇପାରି ନଥିଲା। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉପ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ୧୦ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ସୁପ୍ରିମକୋର୍ଟ ବାରଣ କରିଥିଲେ। ସେମାନେ ମଧ୍ୟ ଆଜି ଭୋଟ ଦେଇନାହାନ୍ତି।
Casted my vote for MCD Mayor Election.
Jai Hind. pic.twitter.com/z2pNz1oFVQ
— Dr. Shelly Oberoi (@OberoiShelly) February 22, 2023
ଆଜି ନିର୍ବାଚନ ପୂର୍ବରୁ ମଧ୍ୟ ବିଜେପି ଓ ଆପ୍ର ନବ ନିର୍ବାଚିତ କର୍ପୋରେଟରମାନେ ନାରାବାଜୀ କରିଥିଲେ। ଏହାରି ଭିତରେ ଭୋଟିଂ ହୋଇଥିଲା। ମୋଟ ୨୪୧ ଜଣ କର୍ପୋରେଟର ଭୋଟ ଦେଇଥିଲେ। ଏହବାଦ ଦିଲ୍ଲୀର ୭ ଲୋକସଭା, ୩ ରାଜ୍ୟସଭା ସାଂସଦ ଓ ୧୪ ଜଣ ବିଧାୟକ ମଧ୍ୟ ଭୋଟ ଦେଇଥିଲେ। କଂଗ୍ରେସର ୯ ଜଣ କର୍ପୋରେଟର ପୂର୍ବ ନିଷ୍ପତ୍ତି ଅନୁସାରେ ଭୋଟ ଦେଇ ନଥିଲେ। ଶେଷରେ ଆପ୍ର ଶେଲି ଓବରୟ ୩୪ ଖଣ୍ଡ ଭୋଟ ବ୍ୟବଧାନରେ ମେୟର ନିର୍ବାଚନ ଜିତିଛନ୍ତି। ଦୀର୍ଘ ୧୫ ବର୍ଷ ହେଲା ବିଜେପି ଏମସିଡି ନିର୍ବାଚନ ଜିତୁଥିବା ବେଳେ ଏଥର ଆପ୍ ଦଳ ଠାରୁ କ୍ଷମତା ଛଡ଼ାଇ ଆଣିଥିଲା।