ପୃଥ୍ଵୀ ଶ’ଙ୍କୁ ଆକ୍ରମଣ ଘଟଣା: ‘ମୁଁ କୌଣସି ର୍ଦୁବ୍ୟବହାର କରିନି, ବରଂ ପୃଥ୍ଵୀ ମୋ ପ୍ରାଇଭେଟ ପାର୍ଟକୁ ମାରିଥିଲେ’; ସପନା ଗିଲ୍‌

ପୃଥ୍ଵୀ ଶ’ ଉପରେ ପାଲଟା ଅଭିଯୋଗ ଆଣିଲେ ସପନା । କହିଲେ ପୃଥ୍ଵୀ ମୋତେ ଗାଳିଗୁଲଜ କରିବା ସହିତ ମୋ ପ୍ରାଇଭେଟ ପାର୍ଟକୁ ମାରିଥିଲେ । ସେଲଫି ନେବା ଘଟଣାରେ ଜେଲରୁ ଜାମିନରେ ଆସି ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସପନା ।

ଭାରତୀୟ କ୍ରିକେଟର ପୃଥ୍ଵୀ ଶ’ଙ୍କ ଉପରେ ଆକ୍ରମଣ କରି ଗିରଫ ହୋଇଥିଲେ ୟୁଟ୍ୟୁବର ସପନା ଗିଲ୍‌ । ଆଉ ଜାମିନରେ ଫେରିବା ପରେ ପୃଥ୍ଵୀଙ୍କ ବିରୋଧରେ ମାମଲା ଦାଏର କରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସପନା କହିଛନ୍ତି, ମୁଁ ର୍ଦୁବ୍ୟବହାର କରିନି । ବରଂ ପୃଥ୍ଵୀ ମୋ ପ୍ରାଇଭେଟ ପାର୍ଟକୁ ମାରିଛନ୍ତି ।

ସପନା କହିଛନ୍ତି, ପୃଥ୍ଵୀ ଶ’ ତାଙ୍କୁ ଏବଂ ସାଙ୍ଗମାନଙ୍କୁ ମାରିଥିଲେ ଏବଂ ଗାଳି ଦେଇଥିଲେ । ଆମେ କୌଣସି ସେଲଫି ନେବାକୁ ଯାଇନଥିଲି। ମୁଁ ତାଙ୍କୁ ଜାଣିନଥିଲି, ତେଣୁ ସେଲଫି କେମିତି ନେଇପାରିବି । ଏହାଛଡା ପୃଥ୍ଵୀ ଲଗାଇଥିବା ସବୁ ଅଭିଯୋଗ ମିଥ୍ୟା ବୋଲି ମଧ୍ୟ କହିଛନ୍ତି। ପୃଥ୍ଵୀ ମୋ ସାଙ୍ଗମାନଙ୍କୁ ମାରିଥିଲେ, ମୁଁ ସେମାନଙ୍କୁ ବଞ୍ଚାଇବାକୁ ଗଲାବେଳେ ସେ ମୋତେ ଗାଳି କରିବା ସହିତ ମୋ ପ୍ରାଇଭେଟ ପାର୍ଟକୁ ମାରିଥିଲେ ।

ସୂଚନାଯୋଗ୍ୟ, ଫେବୃଆରୀ ୧୫ ତାରିଖ ରାତିରେ ଏକ ପଞ୍ଚତାରକା ହୋଟେଲରେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁ ଡିନର କରି ଫେରିବା ସମୟରେ ଏହି ଘଟଣା ଘଟିଥିଲା। ସେ ଏଠାରୁ ବାହାରିବା ସମୟରେ ସପନା ଏବଂ ତାଙ୍କ ସାଙ୍ଗମାନେ ସେଲଫି ନେବାକୁ ଆସିଥିଲେ । କିଛି ଫଟୋ ଉଠାଇବା ପରେ ସେମାନେ ଯିବାକୁ ବାହାରିବା ସମୟରେ ସପନା ଏବଂ ତାଙ୍କ ବନ୍ଧୁ ଆଉ ଫଟୋ ଉଠାଇବାକୁ ଜିଦି କରିଥିଲେ । କିନ୍ତୁ ପୃଥ୍ଵୀ ଏବଂ ତାଙ୍କ ବନ୍ଧୁ ମନା କରିଦେଇଥିଲେ । ଆଉ ସେମାନେ କିଛି ଦୂର କାରରେ ଯିବା ପରେ ସପନା ଏବଂ ତାଙ୍କ ସାଙ୍ଗମାନେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ ।

ଏହାପରେ ସପନା ଓ ତାଙ୍କ ସାଙ୍ଗମାନେ ହୋଟେଲ୍ ବାହାରେ ଜଗି ରହିଥିଲେ। ଶ’ ଓ ତାଙ୍କ ବନ୍ଧୁ ରାତ୍ର ଭୋଜନ କରି ହୋଟେଲରୁ କାରରେ ବାହାରିବା ପରେ ସପନା ଗିଲ୍ ଓ ତାଙ୍କ ସାଙ୍ଗମାନେ ସେମାନଙ୍କୁ ପିଛା କରିଥିଲେ। ଶ’ ଓ ତାଙ୍କ ବନ୍ଧୁଙ୍କୁ ବାଟରେ ଅଟକାଇ ସେମାନେ ଆକ୍ରମଣ କରିଥିଲେ। ସେମାନଙ୍କ ହାତରେ ବେସବଲ୍ ଷ୍ଟିକ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ରହିଥିଲା। ସପନା ଗିଲ୍ ବେସବଲ୍‌ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ’ଙ୍କ ବନ୍ଧୁଙ୍କ କାରକୁ ପିଟିଥିଲେ । ଓସିୱାରା ଥାନା ପୋଲିସ ସପନା ଗିଲଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗୁରୁବାର ସନ୍ଧ୍ୟାରେ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.