ଶରୀରରେ ଅକ୍ସିଜେନ ଲେଭଲ କୁ ବଢ଼ାଇବ ଏହି ସବୁ ଖାଦ୍ୟ, ଏବେଠୁ ଜାଣିନିଅନ୍ତୁ ଲିଷ୍ଟ

ଶରୀର ପାଇଁ ଅକ୍ସିଜେନ ବହୁତ ଗୁରୁତ୍ୱପୂର୍ଣ୍ଣ । ଶରୀରରେ ଅକ୍ସିଜେନ ଲେଭଲ କମିଲେ ନିଶ୍ୱାସ ନେବା କଷ୍ଟ ହୋଇଥାଏ । ଅଣ ନିଶ୍ୱାସୀ ଲାଗିଥାଏ । ଶରୀରରେ ଅକ୍ସଜେନ ଲେଭଲ ଠିକ ରଖିବା ପାଇଁ ଆମେ ପ୍ରାକୃତିକ ଉପାୟରେ ଖାଦ୍ୟରେ ଫଳ ଓ ପରିବା ନେଇ ପାରିବା ।

ଦିନକୁ ଦିନ ବାୟୁର ଗୁଣ ଖରାପ ହୋଇ ଚାଲିଛି । ଯେଉଁଥିପାଇଁ ହୃଦୟ ଓ ଫୁସଫୁସରେ ଖରାପ ପ୍ରଭାବ ପକାଇ ଥାଏ । ଲୋକେ ବିଷାକ୍ତ ପବନ ଗ୍ରହଣ କରୁଥିବାରୁ ଶରୀରରେ ଅକ୍ସିଜେନ ଅଭାବ ଦେଖାଯାଇଥାଏ । ଶରୀରରେ ଅକ୍ସିଜେନ ଅଭାବରୁ ଶ୍ୱାସ ନେବାରେ ଅସୁବିଧା ଦେଖାଦେଇଥାଏ । ଭ୍ରମ ଅବସ୍ଥା ସୃଷ୍ଟି ହୋଇଥାଏ । ଦୁର୍ବଳ ଲାଗିବା ସହ ଶରୀର ନୀଳ ପଡିଯାଇଥାଏ ।

ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ଯଦି ଆପଣ ରକ୍ତରେ ଅକ୍ସିଜେନ୍‌ର ସ୍ତରକୁ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଡାଏଟ୍‌ରେ କିଛି ପରିବର୍ତ୍ତନ କରିବା ନିହାତି ଜରୁରୀ। ଡାଏଟ୍‌ରେ ମାତ୍ର ଅଳ୍ପ କିଛି ପରିବର୍ତ୍ତନ କଲେ ଆପଣଙ୍କ ରକ୍ତରେ ସହଜରେ ଅକ୍ସିଜେନ୍‌ର ସ୍ତର ବଢ଼ିପାରିବ। ସୂଚନାଯୋଗ୍ୟ ଯେ ଡାଏଟ୍‌ରେ ୮୦ ପ୍ରତିଶତ ଆଲକାଲାଇନ୍‌ଯୁକ୍ତ ଖାଦ୍ୟ ଗ୍ରହଣ କଲେ ରକ୍ତରେ ଅକ୍ସିଜେନ୍‌ ସ୍ତର ବଢ଼ିପାରିବ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ଖାଇଲେ ବ୍ଲଡ୍‌ରେ ଅକ୍ସିଜେନ୍‌ ଲେବଲ ବୃଦ୍ଧି ପାଇବ…

ଶରୀର ପାଇଁ ଅକ୍ସିଜେନ ବହୁତ ଗୁରୁତ୍ୱପୂର୍ଣ୍ଣ । ଶରୀରରେ ଅକ୍ସିଜେନ ଲେଭଲ କମିଲେ ନିଶ୍ୱାସ ନେବା କଷ୍ଟ ହୋଇଥାଏ । ଅଣ ନିଶ୍ୱାସୀ ଲାଗିଥାଏ । ଶରୀରରେ ଅକ୍ସଜେନ ଲେଭଲ ଠିକ ରଖିବା ପାଇଁ ଆମେ ପ୍ରାକୃତିକ ଉପାୟରେ ଖାଦ୍ୟରେ ଫଳ ଓ ପରିବା ନେଇ ପାରିବା । ଆସନ୍ତୁ ଜାଣିବା ଅକ୍ସିଜେନ ବଢ଼ାଇବା ପାଇଁ ଟିପ୍ସ
ଅକ୍ସିଜେନ ଲେବଲ ବଢ଼ାଇବା ପାଇଁ ଜରୁର ଟିପ୍ସ:

-ଅଧିକ ପାଣି ପିଅନ୍ତୁ:
ହେଲ୍ଧ ଏକ୍ସପର୍ଟଙ୍କ ମତରେ ଶରୀରରେ ଅକ୍ସିଜେନ ଲେବଲ ବଢ଼ାଇବା ପାଇଁ ପ୍ରତ୍ୟେକ ଦିନ ଅଧିକ ପାଣି ପିଅନ୍ତୁ । ଏଥିପାଇଁ ଦିନକୁ ଅତି କମରେ ୩ ଲିଟର ପାଣି ପିଅନ୍ତୁ । ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା କୋଷ ନିକଟରେ ଅକ୍ସିଜେନ ପହଞ୍ଚିଥାଏ ।

-ଖଜୁରୀ ଖାଆନ୍ତୁ:
ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଔଷଧ ଭଳି କାମ କରିଥାଏ । ଏଥିରେ ସେଲେନିୟମ, କାମ୍ଫର, ଫସଫରସ,କ୍ୟାଲସିୟମ, ଆଇରନ, ପଟାସିୟମ,ମାଗ୍ନେସିୟମ,ଭିଟାମିନ ଓ ମିନେରାଲ୍ସ ମିଳିଥାଏ । ଏହାର ସେବନ ଦ୍ୱାରା ଶରୀରରେ ଅକ୍ସିଜେନ ଅଭାବ ଦୂର ହୋଇଥାଏ । ଫଳରେ ଉଚ୍ଚ ରକ୍ତଚାପ କଣ୍ଟ୍ରୋଲରେ ରହିଥାଏ ।

-ବ୍ରିଦିଂ ଏକ୍ସରସାଇଜ:
ଶରୀରରେ ଅକ୍ସିଜେନ ବଢ଼ାଇବା ପାଇଁ ପ୍ରତିଦିନ ସ୍ପାଇନାଲ ବ୍ରିଦିଂ ଏକ୍ସରସାଜ କରନ୍ତୁ । ଏହି ଏକ୍ସରସାଇଜକୁ ବସି କରି ମଧ୍ୟ କରାଯାଇଥାଏ । ଏହାକୁ କରିବା ଦ୍ୱାରା ଇମ୍ୟୁନି ସିଷ୍ଟମ ଦୃଢ଼ ହୋଇଥାଏ । ଶରୀରରେ ଅକ୍ସିଜେନ ମାତ୍ରା ବଢ଼ିଥାଏ ।

-ଲେମ୍ବୁ :
ଲେମ୍ବୁ ଭିଟାମିନ ସି ରେ ଭରପୁର ହୋଇଥାଏ ଓ ଏହା ରୋଗ ସହିତ ଲଢ଼ିବାର କ୍ଷମତା ମଧ୍ୟ ରଖିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଅକ୍ସିଜେନ ସପ୍ଲାଇ ଦ୍ରୁତ ଗତିରେ ହୋଇଥାଏ ।

-ଅଙ୍ଗୁର :
ଅଙ୍ଗୁର ଖାଇବା ଦ୍ୱାରା ଆମର ଚର୍ମ ଭଲ ହୋଇଥାଏ ଓ ଅକ୍ସିଜେନ ଲେଭଲ ବଢ଼ାଇଥାଏ ।

-ତରଭୁଜ :
ଗରମ ସମୟରେ ତରଭୁଜ ଶରୀରରେ କେବଳ ପାଣି ଅଭାବ ପୂରଣ କରିନଥାଏ, ଏଥିରେ ଥିବା ଲାଇକୋପିନ, ଭିଟାମିନ ସି ଶରୀରରେ ଅକ୍ସିଜେନ ମାତ୍ରା ବଢ଼ାଇଥାଏ

-ବ୍ରୋକଲି :
ବ୍ରୋକୋଲି ଭିଟାମିନ ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ରହିଥାଏ । ଏହା ଶରୀରରେ ଅକ୍ସିଜେନ ମାତ୍ରା ବଢ଼ାଇବା ସହ ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

-କୋବି :
ଭିଟାମିନ ସି ରେ ଭରପୁର ଫଳ ହେଉଛି କୋବି । ଏହାକୁ ଖାଇବା ଦ୍ୱାରା ଶରୀରରେ ଅକ୍ସିଜେନ ସପ୍ଲାଇ ଭଲ ହୋଇଥାଏ । କୋବି ଖାଇବା ଦ୍ୱାରା ଇମ୍ୟୁନିଟି ମଧ୍ୟ ଭଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.