ଘର ବାହାରେ ମିଳିଲା ଭୟଙ୍କର ସାପ, ଖେଳଣା ଭାବି ଶିଶୁଟି ଘରକୁ ଆଣି ମା’କୁ ଦେଲା ସରପ୍ରାଇଜ ଗିପ୍ଟ , ତା’ପରେ ଯାହା ହେଲା

ଛୋଟ ଶିଶୁଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି କୁହାଯାଏ । ଛୋଟ ପିଲାମାନେ କେତେ ମାସୁମ ହୋଇଥାନ୍ତି, ତାହାର ଜ୍ୱଳନ୍ତ ଉଦାହରଣ ଦେଖିବେ ଏହି ଭିଡିଓରେ । ଏହି ଛୋଟ ଭିଡିଓଟି ୟୁଟୁବରେ ଦେଖିବାକୁ ମିଳିଛି ।

ଛୋଟ ଶିଶୁଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି କୁହାଯାଏ । ଛୋଟ ପିଲାମାନେ କେତେ ମାସୁମ ହୋଇଥାନ୍ତି, ତାହାର ଜ୍ୱଳନ୍ତ ଉଦାହରଣ ଦେଖିବେ ଏହି ଭିଡିଓରେ । ଏହି ଛୋଟ ଭିଡିଓଟି ୟୁଟୁବରେ ଦେଖିବାକୁ ମିଳିଛି । ଛୋଟ ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ତା’ର ଦୃଷ୍ଟିରେ ଏକ ବିଷାକ୍ତ ସାପ ପଡିଛି ।

ଶିଶୁଟି ତା’କୁ ଏକ ଖେଳଣା ଭାବି ହାତରେ ଧରି ଘରକୁ ନେଇ ଆସିବାର ଭିଡ଼ିଓରେ ଦେଖିବାକୁ ମିଳିଛି । ଶିଶୁଟି ସାପଟିକୁ ଘରକୁ ଆଣି ଖେଳିବା ସହ ମା’କୁ ଦେଉଥିବା ଦେଖିବାକୁ ମିଳିଛି । ଘରେ ସାପଟିକୁ ଧରି ଶିଶୁ ନେଉଥିବା ବେଳେ ତା’ର ମା’ ସୋଫା ଉପରେ ବସି ହେଲ୍ପ ହେଲ୍ପ ବୋଲି ଚିତ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଶିଶୁ ହାତରେ ବିଷାକ୍ତ ସାପଟିକୁ ଦେଖି ସମସ୍ତେ ଭୟରେ ଚିତ୍କାର କରୁଥିବା ବେଳେ ଶିଶୁଟି କିନ୍ତୁ ତା’ ମସ୍ତିରେ ସାପକୁ ଧରି ଖେଳିବାରେ ଲାଗିଛି । ଆଶ୍ଚର୍ଯ୍ୟର କଥା ଯେ ସାପଟି ଶିଶୁଟିର କିଛି କ୍ଷତି କରିନଥିବା ଜଣାଯାଇଛି ।

ମାସୁମ ଶିଶୁଟିର କଥା ବୋଧହୁଏ ସାପ ବୁଝି ଯାଇଥିଲା ଯେ ଶିଶୁଟି ବା କାହୁଁ ଜାଣିବ ତା’ର ଭୟାବହତା । ସେଥିପାଇଁ ବୋଧହୁଏ ଶିଶୁଟିର କିଛି କ୍ଷତି କରିନଥିଲା ସାପଟି । ଏହି ଭିଡିଓକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.