ଝାଡ଼ଖଣ୍ଡ: ଜେଲ୍‌ ଭିତରେ ଗ୍ୟାଙ୍ଗଷ୍ଟର ଅମନ ସିଂଙ୍କୁ ଗୁଳି କରି ହତ୍ୟା, ପୂର୍ବତନ ଡେପୁଟି ମେୟରଙ୍କ ହତ୍ୟାକାଣ୍ଡର ଥିଲେ ଅଭିଯୁକ୍ତ

ଝାଡ଼ଖଣ୍ଡର ଧନବାଦ୍ ଜେଲରେ ଥିବା ସୁଟର ଅମନ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୂର୍ବତନ ଡେପୁଟି ମେୟର ନୀରଜ ସିଂଙ୍କ ହତ୍ୟା ମାମଲାରେ ଅମନ ଜେଲରେ ବନ୍ଦୀ ଥିଲେ।

ଝାଡ଼ଖଣ୍ଡର ଧନବାଦ୍ ଜେଲରେ ଥିବା ସୁଟର ଅମନ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୂର୍ବତନ ଡେପୁଟି ମେୟର ନୀରଜ ସିଂଙ୍କ ହତ୍ୟା ମାମଲାରେ ଅମନ ଜେଲରେ ବନ୍ଦୀ ଥିଲେ। ଅମନଙ୍କୁ ହତ୍ୟା ନେଇ ସୂଚନା ପାଇବା ପରେ ଡିସି ବରୁଣ ରଞ୍ଜନ ଓ ଏସ୍‌ଏସ୍‌ପି ସଞ୍ଜୀବ କୁମାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଘଟଣା ପରେ ସମଗ୍ର ଜେଲକୁ କ୍ୟାଣ୍ଟନମେଣ୍ଟ କରି ଦିଆଯାଇଛି।

ଗ୍ୟାଙ୍ଗଷ୍ଟର ଅମନ ସିଂଙ୍କୁ ଜେଲ୍‌ ଭିତରେ ୬ ଥର ଗୁଳି କରାଯାଇଛି। ତାଙ୍କ ନାମରେ ଅନେକ ଆପରାଧିକ ମାମଲା ଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପୋଲିସ ଜାଣିବାକୁ ଚେଷ୍ଟା କରୁଛି କି, ଜେଲ ଭିତରେ ପିସ୍ତଲ କେଉଁଠୁ ଆସିଲା? ଜେଲ୍‌ରେ କଏଦୀମାନଙ୍କ ବ୍ୟତୀତ ଜେଲର ଅଧିକାରୀମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

କହି ରଖୁଛୁ, ପୂର୍ବତନ ଡେପୁଟି ମେୟର ନୀରଜ ସିଂଙ୍କ ହତ୍ୟା ମାମଲାରେ ୟୁପି ଏସଟିଏଫ ୨୦୨୧ରେ ମିର୍ଜାପୁର ଅମନ ସିଂଙ୍କୁ ଗିରଫ କରି ପୋଲିସକୁ ହସ୍ତାନ୍ତର କରିଥିଲା। ଅମନ ସିଂଙ୍କ ଗ୍ୟାଙ୍ଗ୍‌ ଗୁଜରାଟ ଭାଲସାଡର ବିଜେପି ନେତା ଶୈଳେଶ ପଟେଲଙ୍କୁ ମଧ୍ୟ ହତ୍ୟା କରିଥିଲେ।

You might also like