ତେଲେଙ୍ଗାନା ଡିଜିପିଙ୍କୁ ନିଲମ୍ବିତ କଲେ ନିର୍ବାଚନ ଆୟୋଗ, ଫଳାଫଳ ପୂର୍ବରୁ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଥିଲେ

ତେଲେଙ୍ଗାନା ନିର୍ବାଚନର ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି। ଏଠାରେ ବହୁମତ ପାଇଛି କଂଗ୍ରେସ। ଗୋଟିଏ ପଟେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଥିବା ବେଳେ ଅନ୍ୟପଟେ ମତଦାନ ସମୟରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ଡିଜିପିଙ୍କୁ ମହଙ୍ଗା ପଡ଼ିଛି।

ତେଲେଙ୍ଗାନା ନିର୍ବାଚନର ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି। ଏଠାରେ ବହୁମତ ପାଇଛି କଂଗ୍ରେସ। ଗୋଟିଏ ପଟେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଥିବା ବେଳେ ଅନ୍ୟପଟେ ମତଦାନ ସମୟରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ଡିଜିପିଙ୍କୁ ମହଙ୍ଗା ପଡ଼ିଛି। ସୂତ୍ରରୁ ଜଣାପଡ଼ିଛି ଯେ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପାଇଁ ତେଲେଙ୍ଗାନାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଞ୍ଜନି କୁମାରଙ୍କୁ ନିଲମ୍ବିତ କରିଛନ୍ତି।

ନିର୍ବାଚନ ଆୟୋଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପଠାଇ ତେଲେଙ୍ଗାନା ଡିଜିପି ଅଞ୍ଜନି କୁମାରଙ୍କୁ ନିଲମ୍ବନ କରିବାକୁ ସୁପାରିଶ କରିଛନ୍ତି। ସୂଚନାଥାଉ କି, ରବିବାର ସକାଳେ ଡିଜିପି ରାଜ୍ୟ ପୋଲିସର ନୋଡାଲ ଅଧିକାରୀ ସଞ୍ଜୟ ଜୈନ ଏବଂ ନୋଡାଲ ଅଧିକାରୀ (ବ୍ୟୟ) ମହେଶ ଭଗବତଙ୍କ ସହ ଭୋଟ ଗଣତି ମଧ୍ୟରେ ହାଇଦ୍ରାବାଦରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଅନୁମୁଲା ରେଭନ୍ତ୍‌ ରେଡ୍ଡୀଙ୍କୁ ଭେଟିଥିଲେ। ଏହାସହିତ ତାଙ୍କୁ ଏକ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।

ଏହି ସାକ୍ଷାତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିର୍ବାଚନ ଆୟୋଗ ଏ ବିଷୟରେ ଅବଗତ ହୋଇଥିଲେ। ଏହାପରେ ଆୟୋଗ ଡିଜିପିଙ୍କୁ ନିଲମ୍ବନ କରିବାକୁ ଆଦେଶ ଦେଇଥିଲେ।

You might also like