ଇସ୍ରାଏଲ ଜେରୁଜେଲମରେ ଗୁଳିକାଣ୍ଡ: ୮ ମୃତ, ୧୦ ଆହତ

ନୂଆଦିଲ୍ଲୀ : ଧାର୍ମିକ ଅନୁଷ୍ଠାନରେ ଫୁଟିଲା ଗୁଳି। ଇସ୍ରାଏଲ ଜେରୁଜେଲମରେ ଆତତାୟୀର ଗୁଳିମାଡ଼ରେ ୮ ସାଧାରଣ ନାଗରିକ ମୃତ, ୧୦ ଆହତ। ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି । କାରରେ ଆସି ଜଣେ ଆତତାୟୀ ଜେରୁଜେଲମରେ ଥିବା ଧାର୍ମିକ ଅନୁଷ୍ଠାନରେ ଅନ୍ଧାଧୁନ୍‌ ଗୁଳି ମାଡ଼ କରିଥିଲା । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି ।

ଖବର ପାଇ ଅଭିଯୁକ୍ତକୁ ଧରିବା ପାଇଁ ସୁରକ୍ଷାକର୍ମୀ କର୍ଡନ କରି ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଫାୟାରିଂରେ ଆତଙ୍କୀର ମୃତ୍ୟୁ ହୋଇଛି । ତେବେ ଗୁଳିମାଡ଼ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ଘଟଣାକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.