କରୋନାର ଏମିତି ପାର୍ଶ୍ୱ ପ୍ରତିକ୍ରିୟା…ବ୍ୟକ୍ତିଙ୍କ ପ୍ରାଇଭେଟ୍‌ ପାର୍ଟ ହିଁ ଫାଟିଗଲା!

କରୋନା ଭାଇରସର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସି ସାରିଛି। କିନ୍ତୁ ଆମେରିକାରେ କରୋନା ପୀଡିତ ଜଣେ ବ୍ୟକ୍ତିଙ୍କ ସହ ଯାହା ଘଟିଛି, ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ ରହିଛି। ୭୨ ବର୍ଷୀୟ ଏହି ବ୍ୟକ୍ତି ଦୀର୍ଘ ଦିନ ଧରି କରୋନାରେ ସଂକ୍ରମିତ ଥିଲେ, କିନ୍ତୁ ଯେବେ ସେ ସୁସ୍ଥ ହେଲେ ତ ତାଙ୍କୁ ଦୁର୍ଲ୍ଲଭ ଦୁଷ୍ପ୍ରଭାବର ସାମ୍ନା କରିବାକୁ ପଡ଼ିଥିଲା। କହି ରଖୁଛୁ ଯେ ବିଶ୍ୱର ଅନେକ ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି।

ୟୁରୋଲୋଜି କେସ୍ ଷ୍ଟଡିଜ୍ ଦ୍ୱାରା ପ୍ରକାଶିତ ନିଷ୍କର୍ସ ଅନୁଯାୟୀ, କରୋନାରୁ ସୁସ୍ଥ ହେବା ପରେ ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କର ଟେଷ୍ଟିକଲ୍‌ ଉପର ଚର୍ମରେ ଘା’ ହୋଇ ଯାଇଥିଲା, ଯାହା ପରେ ତାଙ୍କ ପ୍ରାଇଭେଟ୍‌ ପାର୍ଟର ତ୍ୱଚା ଫାଟି ଯାଇଥିଲା। କହିବାକୁ ଗଲେ, ବ୍ୟକ୍ତିଙ୍କଠାରେ କରୋନାର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇଥିଲା। ଏଥିରେ ବ୍ୟକ୍ତିଙ୍କ ଟେଷ୍ଟିକଲ୍‌ ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥିଲା।

ରିପୋର୍ଟ ମୁତାବକ, କୋଭିଡ୍‌କୁ ମାତ୍‌ ଦେଇଥିବା ଏହି ବ୍ୟକ୍ତିଙ୍କଠାରେ Pyoderma Gangrenosum (PG) ଚିହ୍ନଟ ହୋଇଥିଲା, ଯାହାକି ଏକ ଯନ୍ତ୍ରଣାଦାୟକ ସ୍ଥିତିରେ ରହିଥିଲା। ଏଥିରେ ତାଙ୍କ ତ୍ୱଚା ଉପରେ ବଡ଼ ଅଲସର ବିକଶିତ ହୋଇ ଯାଇଥିଲା। ବ୍ୟକ୍ତିଙ୍କ ଅବସ୍ଥା ଏତେ ଖରାପ ହୋଇ ଯାଇଥିଲା ଯେ ସ୍କିନ୍‌ ଅଲସରରୁ ତାଙ୍କ ଟେଷ୍ଟିକଲ୍‌ର ବାହାର ତ୍ୱଚା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଥିଲା। Nova South Eastern University College of Allopathic Medicineର ପ୍ରମୁଖ ଲେଖକ ମଶୁତା ହାସନଙ୍କ କହିବା ହେଲା, କରୋନାରୁ ତ୍ୱଚା ଏବଂ ଫୁଲା ସମ୍ବନ୍ଧୀୟ ବ୍ୟାଧି ସୃଷ୍ଟି ହେଉଛି। ଏମିତି ଅନେକ ମାମଲା ଏବେ ସୁଦ୍ଧା ସାମ୍ନାକୁ ଆସି ସାରିଲାଣି।

ମଶୁତା ହାସନ କହିଛନ୍ତି କି, କୋଭିଡ ସଂକ୍ରମଣ ପରେ Pyoderma Gangrenosum ଏବଂ ଏଥିରୁ ଉତ୍ପନ୍ନ ହେଉଥିବା Genital Ulcers ବିଷୟରେ ଜଣାପଡ଼ିଛି। ରୋଗୀଙ୍କ ଟେଷ୍ଟିକଲ୍‌ର ବାହାର ଚର୍ମ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିଲା, ଯେଉଁ କାରଣରୁ ତାଙ୍କ ଟେଷ୍ଟିକଲ୍‌କୁ କ୍ଷତି ପହଞ୍ଚିଥିଲା। ଯଦିଓ ଦୀର୍ଘ ଦିନର ଚିକିତ୍ସା ପରେ ଡାକ୍ତରମାନେ ତାଙ୍କ ଟେଷ୍ଟିକଲ୍‌ର ଘା’କୁ ସମ୍ପୂର୍ଣ୍ଣ ରୂପେ ଭଲ କରି ଦେଇଛନ୍ତି। ଏବେ ତାଙ୍କୁ ଟଏଲେଟ୍‌ ଯିବାରେ ମଧ୍ୟ କୌଣସି ଅସୁବିଧା ହେଉ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.