ଚରମ ସୀମାରେ ୟୁକ୍ରେନ ସହ ଋଷ ବିବାଦ,ସମ୍ଭାବ୍ୟ ଯୁଦ୍ଧ ପାଇଁ ସମରସଜ୍ଜା ଆରମ୍ଭ

ନୂଆଦିଲ୍ଲୀ: ଚରମ ସୀମାରେ ୟୁକ୍ରେନ ସହ ରୁଷ ବିବାଦ। ସମ୍ଭାବ୍ୟ ଯୁଦ୍ଧ ପାଇଁ ରୁଷର ସମରସଜ୍ଜା ଆରମ୍ଭ। ଚଳିତ ମାସ ମଧ୍ୟଭାଗ ସୁଦ୍ଧା ରୁଷ ୭୦ ପ୍ରତିଶତ ସେନାକୁ ୟୁକ୍ରେନ ବିରୋଧରେ ଯୁଦ୍ଧ ପାଇଁ ମୁତୟନ କରିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ରୁଷ ସେନାର ଅବସ୍ଥିତି ନେଇ ରଣନୀତି ସଂପର୍କରେ ବିସ୍ତୃତ ତଥ୍ୟ ନଥିବା ସେ କହିଛନ୍ତି।

ସଙ୍କଟର ସମାଧାନ ପାଇଁ କୁଟନୈତିକ ସ୍ତରରେ ଆଲୋଚନା ଫଳପ୍ରଦ ହୋଇପାରେ ବୋଲି ସେ କହିଛନ୍ତି। ଉତ୍ତେଜନା ମଧ୍ୟରେ ରୁଷ ୱାର ଗେମ ଆରମ୍ଭ କରିଛି। ବେଲାରୁଷ ସହ ମିଳିତ ଯୁଦ୍ଧାଭ୍ୟାସ କରିଛି ପୁଟିନ ସେନା। ପରମାଣୁ ବୋମା ନିକ୍ଷେପକାରୀ ବିମାନକୁ ପାଟ୍ରୋଲିଂ ପାଇଁ ବେଲାରୁଷ ପଠାଇଛି। ବେଲାରୁଷର ସୀମାକୁ ନାଟୋ ଦେଶ ସମୁହ ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ, ଲିଥୁଆନିଆ ଥିବାରୁ ଭୟ ଉପୁଜିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.