ଅଧିକ ମାତ୍ରାରେ ଭାତ ଖାଇବା ସ୍ୱାସ୍ଥ୍ୟ ପ୍ରତି ବିପଦଜନକ ହୋଇପାରେ, ଜାଣନ୍ତୁ ଏହାର ସାଇଡ ଇଫେକ୍ଟ

ଅଧିକାଂଶ ଲୋକ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ଭାତ ଶରୀର ପାଇଁ ଲାଭଜନକ ହୋଇପାରେ । ହେଲେ ଆବଶ୍ୟକ ଠାରୁ ଅଧିକ ଭାତ ଖାଇବା ଶରୀର ପାଇଁ ଭଲ ବଦଳରେ ଅଧିକ କ୍ଷତି ହୋଇପାରେ । ଅଧିକ ମାତ୍ରାରେ ଭାତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଅସୁବିଧା ହୋଇପାରେ । ଭାତ ଖାଇବା ଦ୍ୱାରା ଡାଏବେଟିସ ଓ ଓଜନ ବୃଦ୍ଧି ଆଦି ସମସ୍ୟା ହୋଇପାରେ । ଏଥିପାଇଁ ଭାତ ଖାଇବା କମ କରିବା ଆବଶ୍ୟକ । ଆସନ୍ତୁ ଜାଣିବା ଅଧିକ ଭାତ ଖାଇବା ଦ୍ୱାରା କ’ଣ ସବୁ ଅସୁବିଧା ହୋଇଥାଏ ।

ଅଧିକ ଭାତ ଖାଇବା ଦ୍ୱାରା କ’ଣ ସମସ୍ୟା ହୋଇଥାଏ :

ଡାଏବେଟିସ ସମସ୍ୟା ହୋଇପାରେ :

ଅଧିକ ମାତ୍ରାରେ ଭାତ ଖାଇବା ଦ୍ୱାରା ଡାଏବେଟିସ ହେବାର ସମସ୍ୟା ବଢ଼ିପାରେ । କାରଣ ଭାତରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଥାଏ । ଫଳରେ ଡାଏବେଟିସ ବଢ଼ିବାର ଆଶଙ୍କା ବଢ଼ିଥାଏ । ତେଣୁ ଭାତ ଅଧିକ ଖାଇବାକୁ ମନା କରାଯାଇଥାଏ ।

ଓଜନ ବଢ଼ିବାର ସମସ୍ୟା ହୋଇପାରେ :

ଅଧିକ ମାତ୍ରାରେ ଭାତ ଖାଇବା ଦ୍ୱାରା ଓଜନ ବଢ଼ିବାର ସମସ୍ୟା ହୋଇପାରେ । ଓଜନ ବଢ଼ିବା କାରଣରୁ ବହୁ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ । ତେଣୁ ଭାତ ଅଳ୍ପ ଖାଇବା ଆବଶ୍ୟକ ।
ଶରୀରରେ ପଥର ସୃଷ୍ଟି ହୋଇପାରେ :

କିଛି ଲୋକ ଟାଣ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ଟାଣ ଭାତ ଖାଇବା ଦ୍ୱାରା ଶରୀରରେ ପଥର ସୃଷ୍ଟି ହୋଇଥାଏ । ଅଧିକ ମାତ୍ରାରେ ଭାତ ଖାଇବାକୁ ସୀମିତ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.