ଛତିଶଗଡ଼ରେ ଆଇଟିବିପି ଯବାନଙ୍କ ଉନ୍ମତ୍ତକାଣ୍ଡ, ସାଥୀ ୫ ଯବାନଙ୍କୁ ଗୁଳିମାରି ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା

ଛତିଶଗଡ଼: ଛତିଶଗଡ଼ରେ ଆଇଟିବିପି ଯବାନଙ୍କ ଉନ୍ମତ୍ତକାଣ୍ଡ। ସାଥୀ ୫ ଯବାନଙ୍କୁ ଗୁଳିମାରି ହତ୍ୟା କରିବା ପରେ ନିଜକୁ ଗୁଳିମାରି ଆତ୍ମହତ୍ୟା। ଅନ୍ୟ ୨ସାଥୀ ଯବାନ ଗୁରୁତର। ବସ୍ତର ଜିଲ୍ଲାର ନାରାୟଣପୁର ଆଇଟିବିପିର କ୍ୟାମ୍ପରେ ଆଜି ସକାଳେ ଘଟିଛି ଅଭାବନୀୟ ଘଟଣା। କାଦେନାର ଠାରେ ଆଇଟିବିପିର ବି/୪୫ କ୍ୟାମ୍ପରେ କନଷ୍ଟେବଲ ରହମନ ଖାନ ବନ୍ଧୁକରୁ ସାଥୀ ଯବାନଙ୍କୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଗୁରୁତର ଯବାନଙ୍କୁ ହେଲିକପ୍‌ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ଯବାନଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ହେବା ପରେ କନଷ୍ଟେବଲ ଜଣକ ଏଭଳି କାଣ୍ଡ ଘଟାଇଥିବା ଛତିଶଗଡ଼ ଡିଜି ଡିଏମ ଅୱସ୍ତି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.