ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ୭ ରାଜ୍ୟର ୫୯ ଆସନ ପାଇଁ ଚାଲିଛି ଭୋଟିଂ

ଷଷ୍ଠ ପର୍ଯ୍ୟାୟରେ ୭ ରାଜ୍ୟର ୫୯ ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । ବିହାରର ୮, ହରିୟାଣାର ୧୦, ଝାଡ଼ଖଣ୍ଡର ୪, କେରଳର ୮, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୮ ଓ ଦିଲ୍ଲୀର ସମସ୍ତ ୭ଟି ଆସନ ପାଇଁ ମତ ସାବ୍ୟସ୍ତ କରୁଛନ୍ତି ଭୋଟର ।

ଏହି ପର‌୍ୟ୍ୟାୟରେ ବହୁ କେନ୍ଦ୍ରମନ୍ତ୍ରୀ, ୪ ପୂର୍ବତନ ମୁଖ୍ୟମନ୍ତ୍ରୀ, ସ୍ପୋର୍ଟସ ଷ୍ଟାର ଓ ଭୋଜପୁରୀ ସିନେଷ୍ଟାର ମୈଦାନରେ ଅଛନ୍ତି । ତେବେ ଏହି ୫୯ ଆସନ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ୨୦୧୪ ନିର୍ବାଚନରେ ଏଠାରୁ ୪୫ ଆସନ ଜିତିଥିଲା ବିଜେପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.