Below header

ଲିଫ୍ଟ ଭିତରେ ସିଗାରେଟ୍‌ ଟାଣି ଧୂଆଁ ଉଡ଼ାଉଛନ୍ତି ଯୁବକ, ହାତରେ ଏକାଧିକ ମଦ ବୋତଲ! ଭିଡିଓ ଭାଇରାଲ ପରେ ଜଣେ ଗିରଫ

ନୋଏଡାରୁ ଏକ ଲିଫ୍ଟ ଭିତରର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଠାରେ କିଛି ଯୁବକ ଲିଫ୍ଟ ଭିତରେ ମଦ, ସିଗାରେଟ୍‌ ପିଉଥିବାର ଦେଖାଯାଉଛନ୍ତି।

ଗ୍ରେଟର ନୋଏଡାର େଓ୍ଵଷ୍ଟ୍‍ ସୋସାଇଟି ଲିଫ୍ଟ ଭିତରର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ସୋସାଇଟି ଲିଫ୍ଟରେ କିଛି ଯୁବକ ମଦ ଓ ସିଗାରେଟ୍‌ ପିଉଥିବାର ନଜର ଆସୁଛନ୍ତି। ପୋଲିସ ଏହି ମାମଲାର ତଦନ୍ତ କରୁଛି।

ସେଣ୍ଟ୍ରାଲ ନୋଏଡାର ଏଡିସିପି ଏହି ମାମଲାକୁ ନେଇ ଏକ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ ସୋସିଆଲ ମିଡିଆରୁ ମିଳିଥିବା ସୂଚନା ମୁତାବକ, ACE ସୋସାଇଟିର ଲିଫ୍ଟରେ କିଛି ଯୁବକ ସିସିଟିଭି କ୍ୟାମେରା ସାମ୍ନାରେ ସିଗାରେଟ୍‌ର ଧୂଆଁ ଛାଡ଼ୁଛନ୍ତି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରହିଛି।

େଓ୍ଵଷ୍ଟ୍‍ ସୋସାଇଟିର ଲିଫ୍ଟରେ ଏହି ଯୁବକମାନେ ନିୟମକୁ ଅଣଦେଖା କରି ସିଗାରେଟ୍‌ର ଧୂଆଁ ଉଡ଼ାଉଥିବା ସ୍ପଷ୍ଟ ରୂପେ ଦେଖାଯାଇ ପାରିବ। ସେମାନେ ଲିଫ୍ଟରେ କେବଳ ସିଗାରେଟ୍‌ ହିଁ ପିଉ ନ ଥିଲେ, ବରଂ ଜଣେ ଯୁବକଙ୍କ ହାତରେ ମଦ ବୋତଲ ମଧ୍ୟ ରହିଥିଲା।

ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ଏହି ମାମଲାକୁ ନେଇ ସଜାଗ ହୋଇଉଠିଛି। ପୋଲିସ କହିଛି କି, ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଫେରାର ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.