ଦେଶରେ ଶସ୍ତା ଜିନିଷକୁ ନୋ-ଏଣ୍ଟ୍ରି , ଆଗାମୀ ୬ ମାସ ମଧ୍ୟରେ ସରକାର ଜାରି କରିବେ ୫୮ କ୍ୱାଲିଟି ନିୟନ୍ତ୍ରଣ ଆଦେଶ

ଦେଶରେ ଶସ୍ତା –ଖରାପ ଜିନିଷର ବିକ୍ରି ବନ୍ଦ କର ିବା ପାଇଁ ସରକାର କଡା ପଦକ୍ଷେପ ନେବାକୁ ଯାଉଛନ୍ତି । ଆଗାମୀ ୬ ମାସରେ ସରକାର ଆଲୁମୁନିୟମ୍‌, ତମ୍ବା ବସ୍ତୁ ଓ ବିଦ୍ୟୁତ୍‌ ସମ୍ପର୍କିତ ଘରୋଇ ଜିନିଷ ଭଳି ଉତ୍ପାଦନ ଉପରେ ୫୮ କ୍ୱାଲିଟି ନିୟନ୍ତ୍ରଣ ଆଦେଶ (କ୍ୟୁସିଓ) ଜାରି କରିଛନ୍ତି ।

ନୂଆଦିଲ୍ଲୀ : ଦେଶରେ ଶସ୍ତା –ଖରାପ ଜିନିଷର ବିକ୍ରି ବନ୍ଦ କର ିବା ପାଇଁ ସରକାର କଡା ପଦକ୍ଷେପ ନେବାକୁ ଯାଉଛନ୍ତି । ଆଗାମୀ ୬ ମାସରେ ସରକାର ଆଲୁମୁନିୟମ୍‌, ତମ୍ବା ବସ୍ତୁ ଓ ବିଦ୍ୟୁତ୍‌ ସମ୍ପର୍କିତ ଘରୋଇ ଜିନିଷ ଭଳି ଉତ୍ପାଦନ ଉପରେ ୫୮ କ୍ୱାଲିଟି ନିୟନ୍ତ୍ରଣ ଆଦେଶ (କ୍ୟୁସିଓ) ଜାରି କରିଛନ୍ତି ।

ଶସ୍ତା ଜିନିଷ ଉପରେ ରୋକ ଲଗାଇବା ସହ ଘରୋଇ ଉଦ୍ୟୋଗର ଉନ୍ନତି ପାଇଁ ଏହି ବ୍ୟବସ୍ଥା କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଦେଶରେ ଭଲ କ୍ୱାଲିଟି ଜିନିଷର ବିକ୍ରି ଓ ଉତ୍ପାଦନ ପାଇଁ ଏହି ବ୍ୟବସ୍ଥା କରାଯାଉଛି ।

୧୯୮୭ ମସିହାରେ କେବଳ ୩୪ କ୍ୟୁସିଓ ଜାରି କରାଯାଇଥିଲା । କିନ୍ତୁ ଆଗାମୀ ୬ ମାସ ମଧ୍ୟରେ ୫୮ କ୍ୟୁସିଓ ଜାରି କରା ଯିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖରାପ ଜିନିଷ ଉତ୍ପାଦନକୁ ରୋକିବା । ଏହି ମାନଦଣ୍ଡ ଉଭୟ ଘରୋଇ ଓ ବିଦେଶୀ ଉତ୍ପାଦନ ଉପରେ ଲାଗୁ କରାଯିବ । ଏହି ମାନଦଣ୍ଡ ପ୍ରକ୍ରିୟାରେ ୩୧୫ ଉତ୍ପାଦକୁ ରଖାଯିବ ।

ଏହି ଆଦେଶ ଅନୁଯାୟୀ କୌଣସି ଜିନିଷର ସେ ପର୍ଯ୍ୟନ୍ତ ବିକ୍ରି, ଉତ୍ପାଦନ, ବେପାର, ଆମଦାନୀ ଓ ସଂରକ୍ଷଣ ହୋଇ ପାରିବ ନାହିଁ, ଯେ ପର୍ଯ୍ୟନ୍ତ ଏହା ୫୮ କ୍ୟୁସିଓ ମାନଦଣ୍ଡ ପାସ ନ କର ିଛି । ଏହାଦ୍ୱାରା ଆମଦାନୀ ହେଉଥିବା ଜିନିଷର ଗୁଣବତ୍ତା ଓ ମାନ ଯାଞ୍ଚ କରାଯିବା ସହ ଘରୋଇ ଉତ୍ପାଦ ମଧ୍ୟ ବିଶ୍ୱ ବଜାରରେ ତିଷ୍ଠି ରହିବାରେ ସମ୍ଭବ ହୋଇ ପାରିବ ।

ଯଦି କେହି ଏହି ଆଦେଶକୁ ପାଳନ ନକରେ , ଏଥିପାଇଁ କଠୋର ଦଣ୍ଡର ମଧ୍ୟ ପ୍ରାବଧାନ ରହିଛି । ଶସ୍ତା ଓ ଖରାପ ଜିନିଷର ଉତ୍ପାଦନ କରି ସରକାରଙ୍କ ନିୟମକୁ ପ୍ରଥମ ଥର ପାଇଁ ଉଲଂଘନ କଲେ ୨ ବର୍ଷ ଜେଲ ଦଣ୍ଡ ସହ ୨ ଲକ୍ଷ ଟଙ୍କା ଜରିମାନା ରାଶି ଦେବାକୁ ପଡିବ । ଦ୍ୱିତୀୟ ଥର ପାଇଁ ଏହି ନିୟମକୁ ଉଲଂଘନ କଲେ ଉଲଂଘନକାରୀଙ୍କୁ ଅତି କମରେ ୫ ଲକ୍ଷ ଟଙ୍କା ଯାଏ ଜରିମାନା ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.