ଟ୍ରେନରେ ଭିକ୍ଷା ମାଗିବା ଓ ସିଗାରେଟ ପିଇବାରେ ହେବନି ଜେଲ, ନିୟମ ବଦଳାଇବା ପାଇଁ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଇଲା ରେଲୱେ

ରେଲୱେ କେତେକ ପୁରୁଣା ନିୟମକୁ ବଦଳାଇବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଇଛି। ସୂଚନା ମୁତାବକ, ରେଲୱେ କ୍ୟାବିନେଟ ପାଖରେ ଯେଉଁ ପ୍ରସ୍ତାବ ରଖିଛି, ସେଥିମଧ୍ୟରେ ଇଣ୍ଡିଆନ ରେଲୱେଜ ଆକ୍ଟ ୧୯୮୯ର ଦୁଇଟି ନିୟମ ବଦଳାଇବାର ପ୍ରସ୍ତାବ ସାମିଲ ଅଛି। IRAର ସେକ୍ସନ ୧୪୪(୨) ଏବଂ ସେକ୍ସନ ୧୬୭କୁ ସଂଶୋଧନ କରିବାକୁ ପ୍ରସ୍ତାବ ରଖାଯାଇଛି।

ଯଦି ଏହି ସଂଶୋଧନ ସ୍ୱୀକାର ହୋଇଯାଏ, ତେବେ ଟ୍ରେନ କିମ୍ବା ଷ୍ଟେସନରେ ବିଡି ଓ ସିଗାରେଟ ଖାଉଥିବା ବ୍ୟକ୍ତି ଏବଂ ଭିକ୍ଷା ମାଗୁଥିବା ବ୍ୟକ୍ତିଙ୍କୁ ଜେଲ ପଠାଯିବ ନାହିଁ। ସେମାନଙ୍କଠୁ କେବଳ ଜରିମାନା ଆଦାୟ କରାଯିବ।

mv

ସୂଚନା ମୁତାବକ, କେନ୍ଦ୍ର ସରକାର ଏମିତି ଅନେକ ନିୟମକୁ ପରିବର୍ତ୍ତନ ଅଥବା ଉଠାଇ ନେବାକୁ ବିଚାର କରୁଛନ୍ତି। ଅର୍ଥାତ ଯେଉଁ ନିୟମର ସିଷ୍ଟମରେ ସମସ୍ୟା ଆସୁଛି, ତାକୁ ସଂଶୋଧନ କରାଯିବା ପାଇଁ ବିଚାର ଚାଲିଛି। ଏଥିପାଇଁ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗଠାରୁ ଏମିତି ଜରୁରୀ ନ ଥିବା ନିୟମର ଲିଷ୍ଟ ମଗାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.