ଜମ୍ମୁକଶ୍ମୀରରେ ବରଫ ଝଡ ସାଙ୍ଗକୁ କିଛି ଅଞ୍ଚଳରେ ଲାଗି ରହିଛି ବର୍ଷା, ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ପାତ

ଜମ୍ମୁକଶ୍ମୀରରେ ବରଫ ଝଡ ସାଙ୍ଗକୁ କିଛି ଅଞ୍ଚଳରେ ଲାଗି ରହିଛି ବର୍ଷା । ଗତ ୨୪ ଘଣ୍ଟାରେ ଜମ୍ମୁକଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ପାତ ହେବାରୁ ସମ୍ପୂର୍ଣ୍ଣ ଉପତ୍ୟାକା ବରଫରେ ଘୋଡେଇ ହୋଇ ରହିଛି ।

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରେ ବରଫ ଝଡ ସାଙ୍ଗକୁ କିଛି ଅଞ୍ଚଳରେ ଲାଗି ରହିଛି ବର୍ଷା । ଗତ ୨୪ ଘଣ୍ଟାରେ ଜମ୍ମୁକଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ପାତ ହେବାରୁ ସମ୍ପୂର୍ଣ୍ଣ ଉପତ୍ୟାକା ବରଫରେ ଘୋଡେଇ ହୋଇ ରହିଛି । ଗୁଲମାର୍ଗ, ସୋନମାର୍ଗ, ଦୁଧପଥରି ଆଦି ପର୍ଯ୍ୟଟନ ସ୍ଥଳୀରେ ବ୍ୟାପକ ତୁଷାରପାତ ଯୋଗୁଁ ସ୍କି ରିଜର୍ଟଗୁଡିକ ବନ୍ଦ ରହିଛି ।

ତୁଷାରପାତ ଯୋଗୁଁ ରାସ୍ତାଘାଟ ବନ୍ଦ ହୋଇ ପଡିଥିବାରୁ ସେନା ଓ ବର୍ଡର ରୋଡ ସଂଗଠନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ରାସ୍ତା ସଫା ହେଉଛି । ରବିବାର ଗୁରେଜ, କୁପୱାରା, ବଲତାଲ ଓ ଆଉ କିଛି ସହରରେ ପୁଣି ତୁଷାରପାତ ଆରମ୍ଭ ହୋଇଛି। ଆହୁରି କିଛି ସ୍ଥାନରେ ତୁଷାର ପାତ ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.