କୁଳାଙ୍ଗର ପୁଅ, ମିଠା ପାଇଁ ମାରିଲା ୮୦ ବର୍ଷର ବୁଢ଼ା ବାପାକୁ

କୋଲକାତା : ସମାଜରେ ଏଭଳି ପରିବର୍ତ୍ତନ ଘଟିଛି ଯେ ରକ୍ତ ଆଉ ରକ୍ତକୁ ଚିହ୍ନୁନି । ଏବେ ବେଶି ହତାଦର ହେଉଛନ୍ତି ବୁଢ଼ା ବାପା ମାଆ । ପଶ୍ଚିମବଙ୍ଗ ଅନ୍ତର୍ଗତ ଉତ୍ତର ଚବିଶ ପ୍ରଗଣା ଅଞ୍ଚଳରେ ଏଭଳି ଜଣେ କୁଳାଙ୍ଗାର ପୁଅ ନିଜ ବାପା ଉପରକୁ ହାତ ଉଠାଇବାକୁ ପଛାଇ ନାହିଁ । ଆଉ କାରଣ ହେଉଛି ୮୦ ବର୍ଷ ବୟସ୍କର ବାପା ତାଙ୍କୁ ନପଚାରି ମିଠା ଖାଇଦେଲେ ।
ଗୋଟିଏ କି ଦୁଇଟା ନୁହେଁ ମାରିଛି ୧୦ଟି ଚାପୁଡା । ଭିଡିଓରେ ଦେଖାଯାଇଛି ବୁଢା ବାପ ଜଣକ ଅତ୍ୟନ୍ତ ନିସହାୟ ଭାବରେ ପୁଅ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଉଛନ୍ତି । ଆଉ କଳିଯୁଗର ଏହି ପୁଅ ବାପାକୁ ଚାପୁଡା ଉପରେ ଚାପୁଡା ମାରିଚାଲିଛି । ବ୍ୟକ୍ତି ଜଣକ ଅବସ୍ଥା ଏପରି ଯେ ବିନା କୌଣସି ସାହାରାରେ ଛିଡା ହୋଇପାରୁନାହାଁନ୍ତି । ଯାହା ସ୍ପଷ୍ଟ ବୟାନ୍ କରୁଛି ଭିଡିଓଟି । କିନ୍ତୁ ପୁଅର ଟିକେ ବି ଦୟା ନାହିଁ ବୁଢା ବାପଟି ଉପରେ । ଗୋଟିଏ ମିନିଟ ଭିତରେ ବୁଢା ବାପାଙ୍କୁ ୧୦ଟି ଚାପୁଡା ମାରିଛି ପୁଅ । ଆଉ ପାଖରେ ଛିଡା ହୋଇଛନ୍ତି ବୋହୂ । ଯିଏ ଦର୍ଶକ ସାଜି ସିନକୁ କରୁଛନ୍ତି ଉପଭୋଗ ।
ଘଟଣା ଜଣାପଡ଼ିବା ପରେ ପୋଲିସ୍ ପୁଅକୁ ଗିରଫ କରିଛି । ତେବେ ପୁଅ ମାଡ଼ ମାରିବାର ଭିଜୁଆଲ ଭାଇରାଲ ହେବା ପରେ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
The Man Beating The Old Man Is Said To Be Pradeep Biswas,From North 24Pargana,Bengal And The Old Man Beaten Is His Father And His Wife Instead Of Stopping Him Looking The Scene.
This Is How Low We Have Stooped.
Beating Own Old Father Who Raised You Is Beyond Imagination.
Shame. pic.twitter.com/00vOpvvi1h— ☬ SINGH ਸਿੰਘ ☬ 🇮🇳 (@HatindersinghR) October 25, 2018