ସୋନାଲି ଫୋଗଟ ମୃତ୍ୟୁ ମାମଲାରେ ଆସିଲା ନୂଆ ତଥ୍ୟ : କ୍ଲବରେ ରାସାୟନିକ ପଦାର୍ଥ ଦିଆଯିବା ପରେ ଦୁଇ ଘଣ୍ଟା ଯାଏ ରଖାଯାଇଥିଲା ଟୟଲେଟରେ

ଅଭିନେତ୍ରୀ ତଥା ବିଜପି ନେତ୍ରୀ ସୋନାଲୀ ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୁଲିସକୁ ମିଳିଛି ବଡ଼ ସଫଳତା । ସୋନାଲୀଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଛି ବଡ଼ ତଥ୍ୟ । ଗୋଆ ପୋଲିସଙ୍କ କହିବା ଅନୁଯାୟୀ ସୋନାଲୀଙ୍କୁ ୨୨ ଅଗଷ୍ଟ ରାତି ପାର୍ଟିରେ ଜବରଦସ୍ତ ଡ୍ରଗ୍ସ ପିଆଯାଇଥିଲା । ଏହାପରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ୨୩ ଅଗଷ୍ଟ ସକାଳ ୪.୩୦ରେ ସେ କଣ୍ଟ୍ରୋଲରେ ନଥିଲେ ।

ସୋନାଲିଙ୍କ ପିଏ ଓ ତାଙ୍କ ବନ୍ଧୁ ସୁଖବିନ୍ଦର ତାଙ୍କୁ ଟୟଲେଟ ଭିତରକୁ ନେଇଯାଇଥିଲେ । ସେଠାରେ ଉଭୟ ଦୁଇ ଘଣ୍ଟା ଯାଏ ରହିଥିଲେ । ତେବେ ସେମାନେ କହି ନଥିଲେ ଯେ ଟୟଲେଟକୁ ସେମାନେ କ’ଣ ପାଇଁ ନେଇଥିଲେ ଓ ସେଠାରେ କ’ଣ କରିଥିଲେ । ସିସିଟିଭ ଆଧାରରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ପ୍ରକାଶଯୋଗ୍ୟ ଯେ ପରିବାର ଲୋକଙ୍କ ଜିଦ ଯୋଗୁ ଏହି ମାମଲାରେ ଏଫଆଇଆର୍‌ ଗ୍ରହଣ କରାଯାଇଥିଲା ଓ ପରେ ପୋଷ୍ଟମର୍ଟମ କରାଯାଇଥିଲା । ପୋଷ୍ଟମର୍ଟମରେ ଶରୀରରେ କେତକ ସ୍ଥାନରେ ଆଘାତ ଚିହ୍ନ ଥିବା ଦେଖାଯାଇଥିଲା । ଫଳରେ ଗୋଆ ପୋଲିସ ଉଭୟଙ୍କୁ ହତ୍ୟା ମାମଲାରେ ଗିରଫ କରିଛି ।

ସୋନାଲିଙ୍କ ମୃତ୍ୟୁ ପରେ ଏହାକୁ ହାର୍ଟ ଆଟାକର ରୂପ ଦିଆଯାଇଥିଲା । ହେଲେ ପରିବାର ଲୋକେ ଏହାକୁ ଗ୍ରହଣ କରିନଥିଲେ । କାରଣ ସୋନାଲି ତାଙ୍କ ମା’ଙ୍କୁ ଫୋନ କରି କହିଥିଲେ ଯେ ତାଙ୍କ ଖାଦ୍ୟରେ କିଛି ମିଶାଯାଇଥିବା ସେ ଅନୁଭବ କରୁଛନ୍ତି । ଏଥିସହିତ ସୋନାଲିଙ୍କ ଭାଇ କହିଥିଲେ ଯେ ତାଙ୍କ ପିଏ ବହୁତ ପୂର୍ବରୁ ତାଙ୍କୁ ରେପ କରିଥିଲେ ଓ ତାଙ୍କ ଭିଡିଓ ତିଆରି କରି ବ୍ଲାକ ମେଲ କରୁଥିଲେ । ସୋନାଲିଙ୍କ ଭାଇ ପିଏଙ୍କ ବିରୋଧରେ ମାମଲା ଦାଖଲ କରିବାକୁ ଦାବି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.