ସିବିଆଇ ଚାର୍ଜସିଟ୍‌ରେ ବଡ଼ ଖୁଲାସା! ସୋନାଲି ଫୋଗାଟଙ୍କୁ ଜବରଦସ୍ତ ୭ ଥର ଦିଆଯାଇଥିଲା ଡ୍ରଗ୍ସ; ହତ୍ୟା ପଛର କାରଣ ଏବେ ବି ଅସ୍ପଷ୍ଟ

ସୋନାଲି ଫୋଗାଟ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଏହି ମାମଲାର ତଦନ୍ତ କରୁଥିବାର ସିବିଆଇ ଟିମ୍ ନିଜର ଚାର୍ଜସିଟରେ ଉଲ୍ଲେଖ କରିଛି ଯେ ସୋନାଲି ଫୋଗାଟଙ୍କୁ MDMA ଡ୍ରଗ୍ସ ଜବରଦସ୍ତ ଦିଆଯାଇଥିଲା। ଆଉ ତାହା ବି ଥରେ ନୁହେଁ, ବରଂ ୭ ଥର ତାଙ୍କୁ ପ୍ଲାଷ୍ଟିକ୍ ବୋତଲରୁ ଡ୍ରଗ୍ସ ପିଆଯାଇଥିଲା। ଚାର୍ଜସିଟ୍ ମୁତାବକ, ଯେତେବେଳେ ସୋନାଲି ଫୋଗାଟ, ସୁଧୀର ସାଙ୍ଗୱାନ୍ ଓ ସୁଖୱିନ୍ଦର ସମସ୍ତେ କର୍ଲିଜ୍‌ ରେଷ୍ଟୁରାଣ୍ଟରେ ଥିଲେ, ସେତେବେଳେ ସୁଧୀର ଓ ସୁଖୱିନ୍ଦର ତାଙ୍କୁ ପ୍ଲାଷ୍ଟିକ୍ ବୋତଲରୁ କିଛି ପିଆଇଥିଲେ।

ଏହାର ଏକ ସିସିଟିଭି ମଧ୍ୟ ସାମ୍ନାକୁ ଆସିଥିଲା। ଯେତେବେଳେ ସମସ୍ତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିଲା, ତ ସିବିଆଇ ଜାଣିବାକୁ ପାଇଥିଲା ଯେ ସୋନାଲିଙ୍କୁ ସୁଧୀର ଓ ସୁଖୱିନ୍ଦର ୭ ଥର ଡ୍ରଗ୍ସ ଦେଇଛନ୍ତି।

ଚାର୍ଜସିଟ୍ ମୁତାବକ, କର୍ଲିଜ୍‌ ରେଷ୍ଟୁରାଣ୍ଟର କ୍ୟାମେରା ନମ୍ବର ୯ ଯାଞ୍ଚ କରିବା ବେଳେ ଜଣାପଡ଼ିଥିଲା ଯେ ଅଗଷ୍ଟ ୨୨ ତାରିଖ ରାତି ୧ଟା ୯, ୧ଟା ୧୦, ୧ଟା ୧୩, ୧ଟା ୧୯, ୧ଟା ୨୨, ୧ଟା ୨୫ ଏବଂ ୧ଟା ୨୭ ମିନିଟ୍‌ରେ ସୁଧୀର ଓ ସୁଖୱିନ୍ଦର ସୋନାଲିଙ୍କୁ MDMA ଡ୍ରଗ୍ସ ଦେଉଛନ୍ତି। ସିବିଆଇ ରେଷ୍ଟୁରାଣ୍ଟର ଜଣେ ୱେଟରକୁ ଏହାର ସାକ୍ଷୀ ମଧ୍ୟ କରିଛି।

ୱେଟର ସରଧାନ ଦାସ ସିବିଆଇକୁ କହିଛନ୍ତି ଯେ ୨୨ ଅଗଷ୍ଟରେ ସେ ନାଇଟ୍ ସିଫ୍ଟରେ ଥିଲେ ଏବଂ ତାଙ୍କର ଡ୍ୟୁଟି ପ୍ରଥମ ମହଲାରେ ହିଁ ଥିଲା। ନିଜର ଡ୍ୟୁଟି ସମୟରେ ସେ ଦେଖିବାକୁ ପାଇଲେ କି, ସୋନାଲି ସୁଧୀରଙ୍କ ସହ ମିଶି ନାଚୁଛନ୍ତି ଏବଂ ସୁଧୀର ତାଙ୍କୁ ଜବରଦସ୍ତ ଡ୍ରିଙ୍କ୍‌ ପିଆଉଛନ୍ତି।

ନିଜ ଚାର୍ଜସିଟରେ ସିବିଆଇ ୧୦୪ ଜଣଙ୍କୁ ସାକ୍ଷୀ କରିଛି, କିନ୍ତୁ ସୋନାଲିଙ୍କ ହତ୍ୟା ପଛର ଉଦ୍ଦେଶ୍ୟ କ’ଣ ଥିଲା, ତାହା ଚାର୍ଜସିଟରେ ସ୍ପଷ୍ଟ କରାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.