ଉତ୍ତେଜକ ଭାଷଣ ମାମଲା : ଉତ୍ତର ପ୍ରଦେଶ ସମାଜବାଦି ପାର୍ଟି ବିଧାୟକ ଆଜମ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଲକ୍ଷ୍ମୌ :  ଉତ୍ତେଜକ ଭାଷଣ ଦେବା ମାମଲାରେ ଉତ୍ତର ପ୍ରଦେଶ ସମାଜବାଦି ପାର୍ଟି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ଫଳରେ ଆଜମ ଖାନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହା ୨୦୧୯ ମସିହା ଲୋକସଭା ନିର୍ବାଚନ ସମ୍ପର୍କିତ ମାମଲା । ସେତେବେଳେ ଆଜମ ଖାନ ଲୋକସଭା ନିର୍ବାଚନ ଲଢ଼ୁଥିଲେ ।

ସେତେବେଳେ ସମାଜବାଦି ଓ ବହୁଜନ ସମାଜବାଦି ପାର୍ଟିର ମେଣ୍ଟ ଥିଲା । ନିର୍ବାଚନ ପ୍ରଚାର ସମୟରେ ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ମାମଲା ବିଭିନ୍ନ ଥାନାରେ ଦାୟର ହୋଇଥିଲା । ଏହା ମଧ୍ୟରୁ ଗୋଟିଏ ମାମଲା ମିଲକ ଥାନା ଅଂଚଳରେ ହୋଇଥିଲା । ଭାଷଣରେ ଆଜମ ଖାନ୍‌ ଜିଲ୍ଲା ଅଧିକାରୀଙ୍କୁ ଅପଶବ୍ଦ କହିଥିଲେ ।

ଧମକ ଚମକ କରିବା ସହ ଦଙ୍ଗା ଉସୁକାଇବା ପାଇଁ ଚେଷ୍ଟା କରିଥିଲେ । ସେ ଏକ ବର୍ଗକୁ ଧର୍ମ ଆଧାରରେ ଭୋଟ ମାଗିଥିଲେ । ଏହାକୁ ବିରୋଧ କରି ଅନିଲ କୁମାର ଚୌହାନ ଆଜମ ଖାନଙ୍କ ବିରୋଧରେ ଏଫଆଇଆର କରିଥିଲେ । ପୁଲିସ ଯାଞ୍ଚ କରି କୋର୍ଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ ।

ଏହାର ଶୁଣାଣି ଏମପି ଏମଏଲଏ ସ୍ୱତନ୍ତ୍ର କୋର୍ଟରେ ହୋଇଥିଲା । ଅଦାଲତ ନିଷ୍ପତ୍ତିର ଶୁଣାଣି ଅକ୍ଟୋବର ୨୭ ତାରିଖଖୁ ଧାର୍ଯ୍ୟ କରିଥିଲେ । ଏଥିରେ ଅଦାଲତ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଏହି ରାୟ ପ୍ରକାଶ ପାଇଛି । ଆଜମ ଖାନଙ୍କୁ ୩ ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.