ପ୍ରଧାନମନ୍ତ୍ରୀ ମୋଦି ଜାରି କଲେ ନୂଆ କଏନ ସିରିଜ, ଯାହାକୁ ସହଜରେ ଠଉରାଇ ପାରିବେ ଦୃଷ୍ଟିହୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କଏନ ଗୁଡିକର ଏକ ନୂଆ ସିରିଜ ଆରମ୍ଭ କରିଛନ୍ତି । ଜାରି ହୋଇଥିବା ଏହି କଏନ ଗୁଡିକ ଦୃଷ୍ଟିହୀନଙ୍କ ପାଇଁ ଅନୁକୂଳ ହେବ । ଅର୍ଥାତ ଏହି କଏନ ଗୁଡିକରେ ବି ବ୍ରେଲ ଲିପି ଆକାରରେ ଅଙ୍କିତ ଅଛି । ଯାହାଦ୍ୱାରା ଦୃଷ୍ଟିବାଧିତ ମାନେ ଏହାକୁ ସହଜରେ ପଢିପାରିବେ ଓ ଜାଣିପାରିବେ । କହିରଖିବା ଉଚିତ ହେବକି ଏହି କଏନ ତାଲିକାରେ ଟଙ୍କି କିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ, ୧୦ ଟଙ୍କିଆ ତଥା ୨୦ ଟଙ୍କିଆ କଏନ ସାମିଲ ଅଛି । ଏହି କଏନ ଉପରେ ଆଜାଦି ଯେ ଅମୃତ ମହୋତ୍ସବ( ଏକେଏଏମ) ଡିଜାଇନ ବି ତିଆରି ହୋଇଛି । ଏହାକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇ ନାହିଁ ବରଂ ଏହା ସାଧାରଣ ଭାବେ ପ୍ରଚଳିତ ରହିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥ ନ୍ତ୍ରାଳୟ ଦ୍ୱାରା ଆୟୋଜିତ “ଆଇକନିକ ସପ୍ତାହ ସମାରୋହ” କୁ ସମ୍ବୋଧିତ କରି କହିଛନ୍ତିକି, କଏନ ଗୁଡିକର ଏହି ନୂଆ ସିରିଜ ଲୋକଙ୍କୁ ଏକ ସୁନ୍ଦର ଭବିଷ୍ୟତର ଲକ୍ଷ ବାବଦରେ ମନେ ପକେଇ କହିଛନ୍ତିକି ଏହା ଦେଶର ବିକାଶ ଦିଗରେ କାମ କରିବା ପାଇଁ ପ୍ରେରଣା ଯୋଗାଇବ । ଏହି ମୌକା ରେ ମୋଦି “ଜନ ସମର୍ଥ ପୋର୍ଟାଲ”ର ଶୁଭାରମ୍ଭ କରିଛନ୍ତି, ଯାହାକି ୧୨ଟି ସରକାରୀ ଯୋଜନାର କ୍ରେଡିଟ ଲିଙ୍କଡ ପୋର୍ଟାଲ ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣଙ୍କ କହିବା ଅନୁଯାୟୀ ଏମଧ୍ୟରୁ ପ୍ରତ୍ୟକଟି ଯୋଜନାକୁ ପୋର୍ଟାଲରେ ପ୍ରଦର୍ଶିତ କରାଯିବ । ସେ ଏହା ମଧ୍ୟ କହିଛନ୍ତିକି, ଏହି ପୋର୍ଟାଲ ଲାଗୁ ହେବା ଦ୍ୱାରା ନାଗରିକ ମାନେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକର ଲାଭ ଉଠାଇ ପାରିବେ ଆଉ ଏଥିପାଇଁ ସବୁବେଳେ ଗୋଟିଏ ପ୍ରକାର ପ୍ରଶ୍ନ ପଚାରିବାକୁ ପଡିବ ନାହିଁ । ଏହି କଏନ ଗୁଡିକୁ ଭାରତ ସରକାରଙ୍କ “ସିକ୍ୟୁରିଟି ପ୍ରୀଟିଙ୍ଗ ଆଣ୍ଡ ମିଟିଙ୍ଗ କରପରେସନ ଅଫ ଇଣ୍ଡିଆ ଲିମିଟେଡ଼” ପକ୍ଷରୁ ଜାରି କରାଯାଇଛି । ଏହି କଏନ ଗୁଡିକୁ ଏସ ପିଏମଆଇସିଏଲର ମୁମ୍ବାଇ, କୋଲକାତା, ହାଇଦରାବାଦ ତଥା ନୋଏଡା ଶାଖା ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.