ଭାରତ-ଚୀନ୍‌ ସୀମା ବିବାଦ ନେଇ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି, ‘ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ’

ଭାରତ-ଚୀନ୍‌ ସୀମା ବିବାଦ ନେଇ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି । ରାଜନାଥ କହିଛନ୍ତି, ଏପର୍ଯ୍ୟନ୍ତ ସମାଧାନ ନେଇ ସହମତି ହୋଇ ପାରି ନାହିଁ । ଏଲଏସିରେ ଚୀନ ବହୁ ସଂଖ୍ୟାରେ ସୈନ୍ୟ ମୁତୟନ କରିବା ସହ ଅସ୍ତ୍ରଶସ୍ତ୍ର ଠୁଳ କରିଛି । ଭାରତ ମଧ୍ୟ ଅନୁରୂପ ଭାବେ ପ୍ରସ୍ତୁତି କରିଛି । ପୂର୍ବ ଲଦାଖର ଗୋଗ୍ରା, କୋଙ୍ଗକା ଲା, ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଏବଂ ଉତ୍ତର ତଟକୁ ନେଇ ବିବାଦ ଉପୁଜିଛି । ଯୌ କୌଣସି ପରିସ୍ଥିତିର ସାମ୍ନା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଥିବା ଗୃହକୁ ଜଣାଇଛନ୍ତି ରାଜନାଥ ।

ସମସ୍ତ ପୂର୍ବ ଚୁକ୍ତିକୁ ଚୀନ୍‌ ସେନା ଉଲଂଘନ କରିଛି ବୋଲି ରାଜନାଥ କହିଛନ୍ତି । ସେହିପରି ମସ୍କୋରେ ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନାର ତଥ୍ୟ ରଖିଛନ୍ତି ରାଜନାଥ । ଭାରତୀୟ ସେନା ସୀମାରେ ଦାୟିତ୍ୱସଂପନ୍ନ କାର୍ଯ୍ୟ କରୁଛନ୍ତି । କିନ୍ତୁ ଅଖଣ୍ଡତା ଓ ସାର୍ବଭୌମତା ରକ୍ଷା ନେଇ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଚୀନ୍‌ ପ୍ରତିପକ୍ଷଙ୍କୁ ଜଣାଇଥିବା ରାଜନାଥ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.