ଦୁନିଆର ଅଷ୍ଟମ ଆଶ୍ଚର୍ଯ୍ୟ ତାଲିକାରେ ସାମିଲ ହେଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ଟ୍ଵିଟ୍‌ କରି ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ

ୟୁରେସିଆର ଆଠୋଟି ଦେଶର ଅନ୍ତଃରାଷ୍ଟ୍ରୀୟ ସଂଗଠନ‘‘ସଂଘାଇ ସହଯୋଗ ସଂଗଠନ’’(ଏସ୍‌ସିଓ) ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ଏସ୍‌ସିଓର ଆଠଟି ଆଶ୍ଚର୍ଯ୍ୟ ମଧ୍ୟରେ ସାମିଲ କରିଛି। ଏସ୍‌ସିଓର ଆଠ ସଦସ୍ୟ ମଧ୍ୟରେ ଭାରତ, ପାକିସ୍ତାନ, ଚୀନ, କଜାକିସ୍ତାନ, କିର୍ଗିସ୍ତାନ, ତଜାକିସ୍ତାନ, ଋଷ ଓ ଉଜ୍‌ବେକିସ୍ତାନ ରହିଛି।

Image result for sco

ରିପୋର୍ଟ ମୁତାବକ, ଏସ୍‌ସିଓର ମହାସଚିବ ଭ୍ଲାଦିମିର ନୋରୋବ ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ସାକ୍ଷାତ କରିବା ସହ ଏସ୍‌ସିଓର ସଦସ୍ୟ ରାଜ୍ୟଙ୍କ ମଧ୍ୟରେ ସହଯୋଗର ପ୍ରଗତିକୁ ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ, ଏସ୍‌ସିଓ ପ୍ରମୁଖଙ୍କ ପରିଷଦର ଅଧ୍ୟକ୍ଷତା ଦାୟିତ୍ୱ ଭାରତ ଉପରେ ନ୍ୟସ୍ତ ରହିଛି।

Image result for statue of unity

ନୋରେବଙ୍କ ସହ ସାକ୍ଷାତ ପରେ ବୈଦେଶିକ ମନ୍ତ୍ରୀ ଟ୍ଵିଟ୍‌ କରି ଏସ୍‌ସିଓର ଅନ୍ୟ ସଦସ୍ୟ ଦେଶରେ ପର୍ଯ୍ୟଟନର ଉନ୍ନତି ପାଇଁ ପ୍ରୟାସକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଏସ୍‌ସିଓର ଆଠୋଟି ଆଶ୍ଚର୍ଯ୍ୟ ମଧ୍ୟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ସାମିଲ ହେବା ଆମ ପାଇଁ ଏକ ପ୍ରେରଣା।

External affairs minister S. Jaishankar shakes hands with Vladimir Norov, Secretary General of Shanghai Cooperation Organisation, in New Delhi, Monday. (PTI)

 

ସୂଚନାଯୋଗ୍ୟ ଯେ ୩୧ ଅକ୍ଟୋବର ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସବୁଠାରୁ ଉଚ୍ଚ ଷ୍ଟାଚ୍ୟୁ ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ଉଦ୍‌ଘାଟନ କରିଥିଲେ। ଏହା ବର୍ତ୍ତମାନ ଦୁନିଆର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହେଉଛି।

Leave A Reply

Your email address will not be published.