ସୁମାତ୍ରା ଓ ଇଣ୍ଡୋନେସିଆରେ ବଡ଼ ଧରଣର ଭୂକମ୍ପ, ସାନ୍ଦ୍ରତା ୬.୮

ନୂଆଦିଲ୍ଲୀ : ଦୋହଲି ଯାଇଛି ଇଣ୍ଡୋନେସିଆ । ଇଣ୍ଡୋନେସିଆରେ ସୃଷ୍ଟି ହୋଇଛି ବଡ଼ଧରଣର ଭୂମିକମ୍ପ । ଦକ୍ଷିଣପଶ୍ଚିମ ସୁମାତ୍ରାରେ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରହିଛି । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପ଼ଡିଥିଲେ ।

ଲୋକମାନେ ଘର ଛାଡ଼ି ବାହାରକୁ ପଳାଇଥିଲେ । ଘରର ଆସବାବପତ୍ର ଜୋରରେ ଦୋହଲିଥିଲା । ତେବେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ସୁନାମୀର ଆଶଙ୍କା ନଥିବା ବିଏମକେଜି ସୂତ୍ରରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.