ପାକିସ୍ତାନ ସରକାରଙ୍କୁ ଶକ୍ତ ଝଟକା: ଋଣ ଯୋଗାଇବାକୁ ଆଇଏମଏଫର ପ୍ରତ୍ୟାଖାନ

ନୂଆଦିଲ୍ଲୀ : ପାକିସ୍ତାନ ସରକାରଙ୍କୁ ଶକ୍ତ ଝଟକା। ପାକିସ୍ତାନକୁ ଋଣ ଯୋଗାଇବାକୁ ଆଇଏମଏଫର ପ୍ରତ୍ୟାଖାନ। ଆତଙ୍କବାଦୀ ସଂଗଠନ ତାଲିବାନକୁ ସମର୍ଥନ ଜଣାଇବାର ଫଳ ଭୋଗିବାକୁ ପଡିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ। ୬ଶହ କୋଟି ଆମେରିକୀୟ ଡଲାର ଋଣ ଆକାରରେ ଯୋଗାଇ ଦେବାକୁ ଇମ୍ରାନ ସରକାର ଆଇଏମଏଫକୁ ନିବେଦନ କରିଥିଲେ।

ଗତ ୪ମାସ ହେଲା ଏନେଇ ଆଇଏମଏଫ ଓ ପାକିସ୍ତାନ ସରକାର ମଧ୍ୟରେ ଆଲୋଚନା ଜାରି ରହିଥିଲା। କରଜ ଦେବାକୁ ଆଇଏମଏଫ ମନା କରିବାରୁ ପାକିସ୍ତାନକୁ ଶକ୍ତ ଆଘାତ ଲାଗିଛି। କରଜରେ ବୁଡି ରହିଥିବା ପାକିସ୍ତାନର ଶେଷ ସାହାରା ଥିଲା ଆଇଏମଏଫ। କେବଳ ସେତିକି ନୁହେଁ, ପ୍ରଥମ କିସ୍ତି ସ୍ୱରୂପ ପାଇବାକୁ ଥିବା ଶହେ କୋଟି ଡଲାରକୁ ମଧ୍ୟ ଆଇଏମଏଫ ବାତିଲ କରିଦେଇଛି।

ଏହା ପୂର୍ବରୁ ପାକିସ୍ତାନର ସହଯୋଗୀ ରାଷ୍ଟ୍ର ସାଉଦି ଆରବ ଓ ଚୀନ୍‌ ମଧ୍ୟ ଇମ୍ରାନଙ୍କୁ ସହଯୋଗ କରିବାକୁ ମନା କରିଦେଇଥିଲା। ଋଣ ଲାଗି ଆଇଏମଏଫ କର୍ତ୍ତୃପକ୍ଷଙ୍କୁ ମନେଇବା ଲାଗି ପାକ୍‌ ଅର୍ଥ ସଚିବ ୱାସିଂଟନରେ ଦୀର୍ଘ ସମୟରୁ ଡେରା ପକାଇଥିଲେ। ଏହା ସହ ଆଇଏମଏଫକୁ ଖୁସି କରିବାକୁ ଦେଶରେ ବିଜଳି ଓ ଇନ୍ଧନ ଦର ବୃଦ୍ଧି କରିଥିଲେ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.