ହଟିଲା ପ୍ରତିବନ୍ଧକ, ଆଜିଠୁ ୧୦୦ ପ୍ରତିଶତ କ୍ଷମତାରେ ଯାତ୍ରୀଙ୍କୁ ନେଇ ଉଡିବ ବିମାନ

ନୂଆଦିଲ୍ଲୀ: ଆଜିଠୁ ପୂର୍ଣ୍ଣ କ୍ଷମତାରେ ଉଡିବ ଘରୋଇ ବିମାନ। ଦେଶରେ କରୋନା ସଂକ୍ରମଣ କମିଛି। ତେଣୁ ଶତ ପ୍ରତିଶତ କ୍ଷମତାରେ ବିମାନ ଉଡାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ବେସାମରିକ ଘରୋଇ ବିମାନ ଚଳାଚଳ ମନ୍ତ୍ରାଳୟ। ଯାତ୍ରୀଙ୍କୁ କରୋନା କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବରରେ ୮୫ ପ୍ରତିଶତ ଯାତ୍ରୀରେ ବିମାନ ଉଡାଣ ପାଇଁ ଅନୁମତି ଦେଇଥିଲା କେନ୍ଦ୍ର। କୋଭିଡ୍‌ ଯୋଗୁଁ ଗତବର୍ଷ ମାର୍ଚ୍ଚ ମାସରୁ ଆନ୍ତର୍ଜାତିକ ଓ ଘରୋଇ ବିମାନ ଉଡାଣ ଉପରେ ଲାଗିଥିଲା କଟକଣା।

ତେବେ ବିମାନ ମଧ୍ୟରେ କୋଭିଡ୍ କଟକଣା କୁ କଡାକଡ଼ି ପାଳନ କରାଯିବ । ୨ଘଣ୍ଟାରୁ କମ୍ ସମୟର ବିମାନ ଯାତ୍ରା କ୍ଷେତ୍ରରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇପାରିବ ନାହିଁ । ସେହିପରି ବିମାନ ଯାତ୍ରା ଭଡ଼ା ସର୍ବନିମ୍ନ ଓ ସର୍ବାଧୂକ ମଧ୍ୟରେ କଟକଣା ରହିବ । ସୂଚନା ଯୋଗ୍ୟ ଗତ ବର୍ଷ ମେ ୨୫ ତାରିଖରୁ ଘରୋଇ ଉଡାଣକୁ ଅନୁମତି ମିଳିଥିଲେ ମଧ୍ୟ କଟକଣା ରହିଥିଲା, ପୂରା କ୍ୟାପାସିଟିରେ ଉଡୁ ନଥିଲା ବିମାନ। ଆଜିଠୁ ସମ୍ପୂର୍ଣ୍ଣ କ୍ଷମତାରେ ବିମାନ ଉଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.