ସ୍କୁଲ ଡେସ୍କରେ ଜୟ ଶ୍ରୀରାମ ଲେଖି ଦଣ୍ଡ ପାଇଲେ ଛାତ୍ର, ଶିକ୍ଷୟିତ୍ରୀଙ୍କ ଅମାନୁଷିକତା

ଏଭଳି ଏକ ଅଭାବନୀୟ ଘଟଣା ଗାଜିଆବାଦର ଗୋବିନ୍ଦପୁରସ୍ଥିତ ଏକ ଘରୋଇ ସ୍କୁଲରେ ଘଟିଯାଇଛି । ସ୍କୁଲର ଜଣେ ଶିକ୍ଷୟିତ୍ରୀ ମନୀଷା ମ୍ୟାସୀଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି । ସେ ଜଣେ ଛାତ୍ରଙ୍କ ମୁହଁରେ ଫ୍ଲୁଇଡ ଲଗାଇ ତାଙ୍କୁ ଶ୍ରେଣୀ ଗୃହରେ ବସାଇଥିଲେ ।

ଟେବୁଲରେ ଜୟ ଶ୍ରୀରାମ ଲେଖିବାରୁ ମିଳିଲା ଦଣ୍ଡ । ଜଣେ ଛାତ୍ର ପାଠ ପଢ଼ା ସମୟରେ ଟେବୁଲରେ ଜୟ ଶ୍ରୀରାମ ଲେଖିବାରୁ ତାଙ୍କୁ ଶିକ୍ଷୟିତ୍ରୀଙ୍କ ଠାରୁ ଦଣ୍ଡ ମିଳିଛି । ଦର୍ଶକ ବନ୍ଧୁ କଥାଟା ଆପଣଙ୍କୁ ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ । ଏଭଳି ଏକ ଅଭାବନୀୟ ଘଟଣା ଗାଜିଆବାଦର ଗୋବିନ୍ଦପୁରସ୍ଥିତ ଏକ ଘରୋଇ ସ୍କୁଲରେ ଘଟିଯାଇଛି । ସ୍କୁଲର ଜଣେ ଶିକ୍ଷୟିତ୍ରୀ ମନୀଷା ମ୍ୟାସୀଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି । ସେ ଜଣେ ଛାତ୍ରଙ୍କ ମୁହଁରେ ଫ୍ଲୁଇଡ ଲଗାଇ ତାଙ୍କୁ ଶ୍ରେଣୀ ଗୃହରେ ବସାଇଥିଲେ । ତେବେ ଛାତ୍ର ଜଣଙ୍କ ନିଜ ଟେବୁଲରେ ଜୟ ଶ୍ରୀରାମ ଲେଖିଥିବାରୁ ଶିକ୍ଷୟିତ୍ରୀ ଜଣଙ୍କ ଏଭଳି କାଣ୍ଡ କରିଛନ୍ତି । ଘଟଣା ବିଷୟରେ ଜଣା ପଡ଼ିବା ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଧୁଲିକା ଜୋସେଫ ଉକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ମନୀଷା କ୍ଷମା ମାଗିବା ପାଇଁ ଦରଖାସ୍ତ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ଲେଖାଯାଇଛି ସେ ଆଉ ଏପରି ଭୁଲ କରିବେ ନାହିଁ ।

ଏହି ଘଟଣା ଗତ ସୋମବାର ଘଟିଥିବା ଜଣାପଡ଼ିଛି । ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ନିଜ ଘରେ ପହଞ୍ଚିବା ପରେ ଘର ଲୋକ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଥିଲେ । ଘର ଲୋକଙ୍କ କହିବା ଅନୁସାରେ ଛାତ୍ରଟି ପାଠ ପଢ଼ିବା ସମୟରେ ନିଜ ଟେବୁଲରେ ଜୟ ଶ୍ରୀ ରାମ ଲେଖିଥିଲେ । ଶିକ୍ଷୟିତ୍ରୀ ମନୀଷା ଛାତ୍ରଙ୍କୁ ଟେବୁଲରେ କିଛି ଲେଖୁଥିବାର ଦେଖିଥିଲେ ଏବଂ ଛାତ୍ର ନିକଟରେ ପହଞ୍ଚିଥିଲେ ପରେ ଟେବୁଲରେ ଜୟ ଶ୍ରୀରାମ ଲେଖିଥିବା ଦେଖି ଛାତ୍ରଙ୍କ ମୁହଁ, ନାକ, ମୁଣ୍ଡରେ ଫ୍ଲୁଇଡ ବା ହ୍ଵାଇଟନର ଲଗାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଛାତ୍ରଙ୍କୁ ସେମିତି ବସାଇ ରଖିଥିଲେ ଶିକ୍ଷୟତ୍ରୀ । ଛୁଟି ହେବା ପରେ ମନୀଷା ଥିନର ସାହାଯ୍ୟରେ ଫ୍ଲୁଇଡକୁ ସଫା କରିଥିଲେ ।

ଛାତ୍ର ଜଣଙ୍କ କହିଛନ୍ତି ସେ ବହୁତ ଡରି ଯାଇଥିଲେ। ସମସ୍ତ ପିଲାମାନେ ତାକୁ ହିଁ ଦେଖୁଥିଲେ । ପରିବାର ସଦସ୍ୟ ଏହି ଘଟଣା ବିଷୟରେ ବଜରଙ୍ଗ ଦଳର ସଦସ୍ୟମାନଙ୍କୁ ସୂଚନା ଦେଇଥିଲେ। ଛୁଟି ପରେ ବଜରଙ୍ଗ ଦଳ ସଦସ୍ୟମାନେ ବିଦ୍ୟାଳୟରେ ପହଞ୍ଚିଥିଲେ । ସେମାନେ ଜୟ ଶ୍ରୀ ରାମ ନାରା ଲଗାଇଥିଲେ । ପରେ ସେମାନେ ପ୍ରଧାନ ଶିକ୍ଷୟିତ୍ରୀ ମଧୁଲିକା ଜୋସେଫଙ୍କୁ ଭେଟିଥିଲେ ଏବଂ ଉକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ଏହା ପରେ ପ୍ରଧାନ ଶିକ୍ଷୟିତ୍ରୀ ମନୀଷାଙ୍କୁ ନିଲମ୍ବନ କରିଥିଲେ ।

ମନୀଷା ଏକ କ୍ଷମା ଦରଖାସ୍ତ ଦେଇଥିଲେ ଯେଉଁଥିରେ ସେ କହିଛନ୍ତି ଭବିଷ୍ୟତରେ ସେ ଏପରି ଭୁଲ କରିବେ ନାହିଁ । ସେ ଛାତ୍ରଙ୍କ ମୁହଁରେ କେବଳ ଦୁଇ ବିନ୍ଦୁ ଫ୍ଲୁଇଡ ଲଗାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରର ପରିବାରକୁ କହିଛନ୍ତି ଯେ ବିଦ୍ୟାଳୟରେ ଏଭଳି ଘଟଣା ଆଉ ଘଟିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.