ରାଜସ୍ଥାନର ପୋଖରନରୁ ‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ରାଜସ୍ଥାନ: ଭାରତ ଆଜି ସୁରକ୍ଷା ଦୃଷ୍ଟିରୁ ବଡ଼ ସଫଳତା ହାସଲ କରିଛି । ରାଜସ୍ଥାନର ପୋଖରନରୁ ‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତା ଭାବେ ପୂରା ହୋଇଛି । ଏହି ମିଶାଇଲ ପରୀକ୍ଷଣ ବାରହେଡରେ ହୋଇଛି । ଡିଆରଡିଓ ଦ୍ୱାରା ବିକଶିତ ହୋଇଥିବା ଏହି ଦେଶୀ ମିଶାଇଲର ଅନ୍ତିମ ପରୀକ୍ଷଣ ଆଜି ସକାଳ ୬ଟା ୪୫ରେ ହୋଇଥିଲା । ମାତ୍ର ୪୫ ମିନିଟରେ ଏହାର ଫାଇନାଲ ଟ୍ରାଏଲ ଶେଷ ହୋଇଛି ।

ଭାରତ ଓ ଚୀନ ବିବାଦ ଚାଲିଥିବା ସମୟରେ ଏହାକୁ ପରୀକ୍ଷଣ କରାଯାଇଛି । ଏହି ଟ୍ରାଏଲ ପରେ ମିଶାଇଲ ଭାରତୀୟ ସେନାରେ ସାମିଲ ହେବାକୁ ପ୍ରସ୍ତୁତ । ଏହା ଶତ୍ରୁ ଟ୍ୟାଙ୍କ ସମେତ ଅନ୍ୟ ସୈନ୍ୟ ବାହନକୁ କିଛି ସେକେଣ୍ଡ ମଧ୍ୟରେ ଧୂଳିସାତ୍‌ କରିଥାଲ । ଏହା ମିଡ଼ିୟମ ଓ ଛୋଟ ରେଞ୍ଜର ମିଶାଇଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.