ହିମାଚଳରେ ଆଜିଠୁ ନୂଆ ସରକାର: ମୁଖ୍ୟମନ୍ତ୍ରୀ ହେବେ ସୁଖଓ୍ଵିନ୍ଦର ସୁଖୁ

କେନ୍ୟୁଜ୍(ବ୍ୟୁରୋ): ହିମାଚଳରେ ଆଜିଠୁ ନୂଆ ସରକାର। ମୁଖ୍ୟମନ୍ତ୍ରୀ ହେବେ ସୁଖଓ୍ଵିନ୍ଦର ସୁଖୁ । ଆଜି ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍‌ଗେ ଏଥିରେ ଯୋଗ ଦେବେ । ଦୁଇ ଦିନର ଘମାସାନ ପରେ ତାଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ । ସୁଖଓ୍ଵିନ୍ଦର ସୁଖୁ କଂଗ୍ରେସ କ୍ୟାମ୍ପେନ କମିଟିର ମୁଖ୍ୟ ଥିଲେ । ହମିରପୁର ଜିଲ୍ଲାର ନଦାଉଁ ସିଟ୍‌ରୁ ଜିତିଛନ୍ତି ସୁଖଓ୍ଵିନ୍ଦର ସୁଖୁ । ସୁଖଓ୍ଵିନ୍ଦର ୪ ଥରର ବିଧାୟକ । ହିମାଚଳ ପ୍ରଦେଶର ପୂର୍ବତନ ପିସିସି ସଭାପତି ।

ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଚାଲିଥିଲା କସରତ । କେନ୍ଦ୍ର ପର୍ଯ୍ୟବେକ୍ଷକଙ୍କ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲେ ଆଶାୟୀ । ସ୍ୱର୍ଗତ ବୀରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା ସିଂଙ୍କ ସମର୍ଥକମାନେ ନାରାବାଜି କରିଥିଲେ । ପ୍ରତିଭା ସିଂ ରେସ୍‌ର ଆଗରେ ଥିବା ଚର୍ଚ୍ଚା ହେଉଥିଲା । ସୁଖଓ୍ଵିନ୍ଦର ସୁଖୁଙ୍କ ନାଁ ବି ଚର୍ଚ୍ଚାରେ ଥିଲା। ତେବେ ରାତିରେ ବିଧାୟକ ଦଳ ବୈଠକ ହୋଇଥିଲା । ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ଏଥିରେ ସର୍ବସମ୍ମିତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ ସୁଖଓ୍ଵିନ୍ଦର ସୁଖୁଙ୍କ ନାଁରେ ମୋହର ବାଜିଛି । ଉପମୁଖ୍ୟମନ୍ତ୍ରୀ ହେବେ ମୁକେଶ ଅଗ୍ନିହୋତ୍ରୀ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.