ରାତିରେ ରାସ୍ତା କଡ଼ରେ ଆଉ ଛିଡ଼ା ହୋଇପାରିବେ ନାହିଁ କିନ୍ନର, ହକି ବିଶ୍ୱକପ ପାଇଁ ପୋଲିସର କଡ଼ା ଆଭିମୁଖ୍ୟ

ଭୁବନେଶ୍ବର(କେନ୍ୟୁଜ୍): ହକି ବିଶ୍ୱକପ ପାଇଁ ପୋଲିସର କଡ଼ା ଆଭିମୁଖ୍ୟ । ରାତିରେ କିନ୍ନରକୁ ରାଜଧାନୀ ରାସ୍ତାକଡ଼ ବାରଣ । ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛି କମିଶନରେଟ ପୋଲିସ ।ଅତି ଜରୁରୀ କାମନଥିଲେ କିନ୍ନରମାନେ ରାତିରେ ରାସ୍ତା କଡ଼ରେ ଛିଡ଼ା ହୋଇପାରିବେନି । ଯଦି କେହି ଛିଡ଼ା ହୋଇ ଅନୈତିକ କାମରେ ଲିପ୍ତ ରୁହନ୍ତି, ତେବେ ତାଙ୍କୁ ଗିରଫ କରିବା ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।

ଏପରିକି ସମସ୍ତ ଥାନା ଅଧିକାରୀଙ୍କୁ ଏଭଳି କଡ଼ା ତାଗିଦ୍‌ କରାଯାଇଛି । ବିଳମ୍ବିତ ରାତିରେ ସହରରେ ବୁଲୁଥିବା ମଦୁଆମାନଙ୍କୁ ଧରିବାକୁ ଡିସିପ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାତିରେ ଯଦି କୌଣସି ସ୍ଥାନରେ ଏକାଧିକ ବ୍ୟକ୍ତି ଖଟି କରୁଥିବେ, ତାଙ୍କୁ ଉଠାଇ ଆଣିବାକୁ ପୋଲିସକୁ କୁହାଯାଇଛି । ରାତିରେ ବ୍ଲକିଂ ଓ ଚେକିଂ ଉପରେ ପୋଲିସ ଅଧିକ ଗୁରୁତ୍ୱ ଦେଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.