ପିଲାମାନଙ୍କ ପାଠପଢା ପାଇଁ ଏବେ ମାସକୁ ପ୍ରଦାନ କରାଯିବ ୨ହଜାର ଟଙ୍କା, ଆଦେଶ ଦେଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ମହାମାରୀ ପାଇଁ ଶିଶୁ ସୁରକ୍ଷା ଘରେ ରହୁଥିବା ପିଲାମାନଙ୍କର ଶିକ୍ଷା ପ୍ରଭାବିତ ହେବ ନାହିଁ ବୋଲି ଘୋଷଣା କରିଛନ୍ତି। ରାଜ୍ୟରେ ପିଲାମାନଙ୍କ ପାଠ ପଢା ପାଇଁ ପୁସ୍ତକ, ଷ୍ଟେସନାରୀ ଏବଂ ସମସ୍ତ ଆବଶ୍ୟକୀୟ ଜିନିଷ ଯୋଗାଇଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ଶିଶୁମାନଙ୍କୁ କରୋନା କାରଣରୁ ସୁରକ୍ଷା ଗୃହରୁ ପରିବାରକୁ ପଠାଯାଇଛି ଏବଂ ଯଦି ସେହି ପରିବାରର ଆର୍ଥିକ ଅବସ୍ଥା ଭଲ ନଥାଏ ତେବେ ରାଜ୍ୟ ସରକାର ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସୁପାରିଶ୍‌ ଅନୁଯାୟୀ ସେହି ପରିବାରର ପିଲାମାନଙ୍କ ପାଠ ପଢା ପାଇଁ ମାସକୁ ୨୦୦୦ ଟଙ୍କା ପ୍ରଦାନ କରିବେ। ଏହି ରାଶି କେବଳ ପିଲାମାନଙ୍କ ପାଠ ପଢା ପାଇଁ ଖର୍ଚ୍ଚ କରାଯିବ।

child୨୨ ରୁ ୨୪ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକଙ୍କୁ ନିଯୁକ୍ତି କରାଯିବ

ଜଷ୍ଟିସ୍‌ ଏଲ. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଶିଶୁ ସୁରକ୍ଷା ଘରେ ରହୁଥିବା ପିଲାମାନଙ୍କ କଲ୍ୟାଣ ପାଇଁ ୨୨ ରୁ ୨୪ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକଙ୍କୁ ନିଯୁକ୍ତି କରାଯିବା ନେଇ ଘୋଷଣା କରିଛନ୍ତି। ଏଥିସହ ଅନେକ ଦିନ ଧରି ଛୁଟି ଥିବାରୁ କୋର୍ସ ଶେଷ କରିବା ପାଇଁ ଏକ୍ସଟ୍ରା କ୍ଲାସ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ କରୋନା ମହାମାରୀ ଆରମ୍ଭ ହେବା ପୂର୍ବରୁ ଶିଶୁ ସୁରକ୍ଷା ଗୃହରେ ୧,୨୭,୫୧୮ ପିଲା ରହୁଥିବା ବେଳେ ସେଥିମଧ୍ୟରୁ ୧,୪୫,୭୮୮ ଜଣ ପିଲାଙ୍କୁ ନିଜ ପରିବାର ପାଖକୁ ପଠାଇଦିଆଯାଇଛି।

childrenଉକ୍ତ ଘଟଣାର ତଦାରଖ କରିବେ ଜିଲ୍ଲା ଶିଶୁ ସୁରକ୍ଷା କମିଟି

ଶିଶୁ ସୁରକ୍ଷା ଗୃହକୁ ପଠାଯାଇଥିବା ପିଲା ଏବଂ ପରିବାରକୁ ପଠାଯାଇଥିବା ପିଲାମାନଙ୍କର ଶିକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିଶୁ ସୁରକ୍ଷା କମିଟି ଏହାର ତଦାରଖ କରିବେ ବୋଲି କୋର୍ଟ କହିଛନ୍ତି। ଏଥିସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପିଲାମାନଙ୍କୁ ଦିଆଯାଉଥିବା ସୁବିଧା ବିଷୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ସୂଚନା ଦେବ। ଏହାପୂର୍ବରୁ ଆମିକସ କ୍ୟୁରି ଗୌରବ ଅଗ୍ରୱାଲ କୋର୍ଟଙ୍କୁ କହିଥିଲେ, ଶିଶୁ ସୁରକ୍ଷା ଘରେ ରହୁଥିବା ପିଲାମାନଙ୍କର ଉପଯୁକ୍ତ ଶିକ୍ଷା ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେବା ଉଚିତ ଏବଂ ପିଲାଙ୍କ ଶିକ୍ଷା ପାଇଁ ଶିକ୍ଷକ ନିଯୁକ୍ତି କରାଯିବା ଉଚିତ। ଏନେଇ ଆମିକସ୍ କ୍ୟୁରିଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ଗ୍ରହଣ କରିବା ପରେ ହିଁ କୋର୍ଟ ଏହି ପ୍ରସଙ୍ଗରେ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.