Below header

ଦାନ୍ତ ସମସ୍ୟା ଠାରୁ ଆରମ୍ଭ କରି ହାଡ ମଜବୁତ୍‌ ପର୍ଯ୍ୟନ୍ତ ଅନେକ ରୋଗ ପାଇଁ ଲାଭକାରୀ ହୋଇଥାଏ କଳା କିସମିସ୍‌

ଅଧିକାଂଶ ଲୋକମାନେ ଫିଟ୍‌ ରହିବା ପାଇଁ ଜିମ୍‌ ଯାଇଥାନ୍ତି କିମ୍ବା ଯୋଗ କରିଥାନ୍ତି। ସେହିଭଳି ମହିଳାମାନେ ତ୍ୱଚାକୁ ଗୋରା କିମ୍ବା ସୁନ୍ଦର କରିବା ପାଇଁ ଅନେକ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିବା ସହ କେଶ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ତେଲ ଏବଂ ଶାମ୍ପୂ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ନିଜ ଦାନ୍ତ ପାଇଁ କିଛି ମହଙ୍ଗା ପ୍ରଡକ୍ଟ କିମ୍ବା ଅନ୍ୟ କିଛି ଜିନିଷ ବ୍ୟବହାର କରିବା ପାଇଁ ଚିନ୍ତା କରିଛନ୍ତି କି?

ପ୍ରାୟତଃ ଲୋକମାନେ ଦାନ୍ତକୁ ଚମକଦାର୍‌ କରିବା ପାଇଁ ମହଙ୍ଗା ଟୁଥ୍‌ପେଷ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ କ’ଣ ଏପରି କରିବା ଦ୍ୱାରା ଆପଣଙ୍କ ଦାନ୍ତ ମଜବୁତ୍‌ ଏବଂ ଚମକଦାର୍‌ ହୋଇଯାଇଥାଏ? ଯଦି ନା, ତେବେ ଏପରି କିଛି ଜିନିଷ ରହିଛି ଯାହାକୁ ବ୍ୟବହାର କରିବା ଆପଣଙ୍କ ଦାନ୍ତ ପାଇଁ ଲାଭକାରୀ ହୋଇପାରେ। ତେବେ ଆସନ୍ତୁ ଜାଣିବା କ’ଣ ସେହି ଜିନିଷ। ବାସ୍ତବରେ ଆମେ ଆପଣଙ୍କୁ କହୁଛୁ କଳା କିସମିସ୍‌ କଥା।

kismisଅଙ୍ଗୁରକୁ ସୁଖାଇ ତିଆରି କରାଯାଉଥିବା କଳା କିସମିସ୍‌ ଖାଇବାକୁ ଯେତିକି ଭଲ ଲାଗିଥାଏ ତା’ଠାରୁ ଅଧିକ ଗୁଣା ଲାଭ ଏଥିରେ ରହିଥାଏ।
କିସମିସ୍‌ ରେ ଅନେକ ପ୍ରକାର ଗୁଣ ରହିଥାଏ, ଯାହା ଆମ ଦାନ୍ତ ପାଇଁ ଲାଭକାରୀ ହୋଇଥାଏ। କଳା କିସମିସ୍‌ ରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍‌ଟିଭାଇରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ। ଏଥିସହ ଏଥିରେ ପୋଟାସିୟମ ଏବଂ ଆଇରନ୍‌ ମଧ୍ୟ ରହିଥାଏ। ଏହିସବୁ ଜିନିଷ ଆମ ଦାନ୍ତକୁ ଚମକଦାର୍‌ କରିବାରେ ସାହାଯ୍ୟ କରିଥାଏ। ଅଧିକାଂଶ ଲୋକମାନଙ୍କ ପାଖରେ ଦାନ୍ତ ହଳଦିଆ ପଡିଯିବାର ସମସ୍ୟା ଦେଖାଯାଇଥାଏ। ଏହିକାରଣରୁ ଯେଉଁ ବ୍ୟକ୍ତିମାନେ ଏଭଳି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ସେମାନେ ପ୍ରତ୍ୟେକ ଦିନ ଏକ ମୁଠା କଳା କିସମିସ୍‌ ସେବନ କରନ୍ତୁ। ଏପରି କରିବା ଦ୍ୱାରା ଅଳ୍ପ ଦିନ ଭିତରେ ଦାନ୍ତ ହଳଦିଆ ପଡିବା ସମସ୍ୟା ଦୂର ହୋଇଯିବ। ଏଥିସହ ତ୍ୱଚା ସମ୍ବନ୍ଧିୟ ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ଲାଭକାରୀ ହୋଇଥାଏ କଳା କିସମିସ୍‌।

balk raisinsଯଦି ଆପଣଙ୍କର ବହୁତ ପରିମାଣରେ କେଶ ଝଡୁଛି ତେବେ ଏଥିପାଇଁ ମଧ୍ୟ କଳା କିସମିସ୍‌ ଲାଭକାରୀ ହୋଇଥାଏ। ଆପଣ ନିୟମିତ ରୂପେ ଏହାକୁ ସେବନ କରିବା ଦ୍ୱାରା କେଶ ଝଡିବା ସମସ୍ୟା ଧିରେ ଧିରେ କମ ହୋଇଯିବ। ଏହାବ୍ୟତୀତ ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ କିମ୍ବା ଏନିମିୟା ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆପଣ କଳା କିସମିସ୍‌ ଖାଆନ୍ତୁ। ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍‌ ରହିଥାଏ, ଯାହା ଶରୀରରେ ହିମଗ୍ଲୋବିନ୍‌ ସ୍ତରକୁ ସୁଧାରିବାରେ ସାହାଯ୍ୟ କରିବା ସହ ରକ୍ତର ଅଭାବ ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.