Below header

ସୁପ୍ରିମକୋର୍ଟର ଇସିକୁ ଝଟକା, ମିଡିଆ ଉପରେ ରୋକ ନଲାଗିବା ସହ ହାଇକୋର୍ଟର ଟିପ୍ପଣୀକୁ ରଦ୍ଧ କରାଯିବ ନାହିଁ

ଦେଶରେ କୋଭିଡ ମହାମାରୀର ସଂକ୍ରମଣ ବୃଦ୍ଧି ପାଇଁ ଉଚ୍ଚତମ ନ୍ୟାୟାଳୟ ନିର୍ବାଚନ ଅୟୋଗକୁ ଦୋଷ ଦେଉଥିବା ମାଡ୍ରାସ ଉଚ୍ଚ ନ୍ୟାୟାଳୟର ଟିପ୍ପଣୀକୁ ରଦ୍ଧ କରିବା ପାଇଁ ଗୁରୁବାର ମନା କରାଯାଇଛି। ଏହାସହ ମିଡିଆକୁ ନ୍ୟାୟିକ କାର୍ଯ୍ୟକ୍ରମ ସମୟରେ କୌଣସି ପ୍ରକାର ରିପୋର୍ଟିଙ୍ଗ କରିବାକୁ ମଧ୍ୟ ମନା କରିଛନ୍ତି ।

ମିଡିଆର ନ୍ୟାୟାଳୟ ସମ୍ବୋଧିତ ସମସ୍ତ ତଥ୍ୟକୁ ସଂଗୃହିତ କରିବାର ଅଧିକାର ଅଛି । କିନ୍ତୁ ଏହି ସମୟରେ ଯଦି କିଛି ତଥ୍ୟର ଅଲଗା ଅର୍ଥ ବାହାରେ ତେବେ ଏଥିପାଇଁ ଅନେକ ଅସୁବିଧା ହେବ । ଏହାକୁ ରୋକିବା ପାଇଁ ନ୍ୟାୟାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

କୋଭିଡ ମହାମାରୀ ସମୟରେ ଉଚ୍ଚତମ ନ୍ୟାୟାଳୟର କାର୍ଯ୍ୟକୁ ସୁପ୍ରିମକୋର୍ଟ ପ୍ରଶଂସା କରିଛି । ଏହାସହ ମହାମାରୀ ସମ୍ବନ୍ଧିତ ନିଷ୍ପତ୍ତି ଉପରେ ନଜର ମଧ୍ୟ ରଖାଯାଇଛି । ଏହି ସମୟରେ କୋର୍ଟ ତରଫରୁ ଯେକୌଣସି ନିଷ୍ପତ୍ତି ନିଆଗଲେ ମିଡିଆଙ୍କୁ ରିପୋର୍ଟିଙ୍ଗ କରିବାର ସୁବିଧା ମିଳିବ । ସମସ୍ତ ତଥ୍ୟ ସଂଗ୍ରହ କରିପାରିବେ । ୪ର୍ଥ ସ୍ତମ୍ଭକୁ ତାର ଅଧିକାରରୁ ବଞ୍ଚିତ କରାଯିବ ନାହିଁ । ନ୍ୟାୟିକ କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଜାଣିବା ପାଇଁ ମିଡିଆର ସମ୍ପୂର୍ଣ୍ଣ ଅଧିକାର ରହିଛି ।

ଏହି ନିଷ୍ପତ୍ତି ମାଡ୍ରାସ ଉଚ୍ଚ ନ୍ୟାୟାଳୟର ଟିପ୍ପଣୀ ବିରୁଦ୍ଧରେ ନିର୍ବାଚନ ଆୟୋଗର ଏକ ଅପିଲ ମାଧ୍ୟମରେ ଆସିଛି । ଉଚ୍ଚ ନ୍ୟାୟାଳୟ କୋଭିଡ ମହାମାରୀର ୨ୟ ଲହରୀରେ ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ୨୬ ଅପ୍ରେଲରେ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନା କରି ସଂକ୍ରାମକ ରୋଗ ବଢ଼ିବାର ଦୋଷ ଦେଇଥିଲା । କେବଳ ଏତିକି ନୁହେଁ ବରଂ ଏହାକୁ ସବୁଠାରୁ ବେଦାୟୀତ୍ୱବାନ ସଂସ୍ଥା ବୋଲି ମଧ୍ୟ କହିଥିଲା । ଏଥିରେ କାର୍ଯ୍ୟରତ ଅଧିକାରୀଙ୍କୁ ହତ୍ୟା କରିବାର ମୁକଦ୍ଦମା ଲଗାଇବା ପାଇଁ ମଧ୍ୟ କହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.