ସୁରଟ ଡାଇମଣ୍ଡ ବୋର୍ସର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ବିଶ୍ୱର ସବୁଠାରୁ ବଡ ଅଫିସ୍ ବିଷୟରେ..

ଆଜି ଗୁଜୁରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସକାଳ ୧୦. ୪୫ରେ ସୁରଟ ଡାଇମଣ୍ଡ ବୋର୍ସ (SDB) ଉଦଘାଟନ କରାଯାଇଛି । ଏହା ହେଉଛି ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ସ୍ଥାନ, ଯେଉଁଠାରେ ୪୨୦୦ ରୁ ଅଧିକ ହୀରା ବାଣିଜ୍ୟ କାର୍ଯ୍ୟାଳୟ ରହିଛି ।

ଆପଣମାନେ ତ ବହୁତ ଅଫିସ୍‌ ବିଲ୍ଡି ଦେଖିଛନ୍ତି, କିନ୍ତୁ ବର୍ତ୍ତମାନ ଦୁନିଆର ସବୁଠାରୁ ବଡ ଅଫିସ୍‌ ବିଲ୍ଡି ଭାରତରେ ନିର୍ମାଣ କରାଯାଇଛି । ଆଜି ଗୁଜୁରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସକାଳ ୧୦. ୪୫ରେ ସୁରଟ ଡାଇମଣ୍ଡ ବୋର୍ସ (SDB) ଉଦଘାଟନ କରାଯାଇଛି । ଏହା ହେଉଛି ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ସ୍ଥାନ, ଯେଉଁଠାରେ ୪୨୦୦ ରୁ ଅଧିକ ହୀରା ବାଣିଜ୍ୟ କାର୍ଯ୍ୟାଳୟ ରହିଛି । ବର୍ତ୍ତମାନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ହୀରା କାରବାରର ହବ୍ ଭାବରେ ପରିଗଣିତ ହୋଇଥିଲା କିନ୍ତୁ ସୁରଟ ଡାଇମଣ୍ଡ ବୋର୍ସ ଖୋଲିବା ପରେ ସୁରଟ ମଧ୍ୟ ଅଳଙ୍କାର ଏବଂ ଡାଇମଣ୍ଡ କାରବାରରେ ଏକ ବଡ଼ ହବ୍ ଭାବରେ ତିଆରି ହୋଇଛି ।

ସୁରଟ ଡାଇମଣ୍ଡ ବୋର୍ସ କ’ଣ ?

ସୁରଟ ଡାଇମଣ୍ଡ ବୋର୍ସ (SDB) ହେଉଛି ଏକ ଡାଇମଣ୍ଡ ଟ୍ରେଡିଙ୍ଗ ବିଜ୍‌ନେସ୍‌ ସେଣ୍ଟର, ଯାହାର ସ୍ଥାପନା ଡାଇମଣ୍ଡ ଟ୍ରେଡିଙ୍ଗ ବିଜ୍‌ନେସ୍‌କୁ ମୁମ୍ବାଇରୁ ସୁରଟକୁ ସ୍ଥାନାନ୍ତର କରିବା ପାଇଁ ପ୍ରତିଷ୍ଠିତ କରାଯାଇଛି । ବର୍ତ୍ତମାନ ସୁରଟ ହେଉଛି ଡାଇମଣ୍ଡ ପଲିସିଂ ଏବଂ କଟିଙ୍ଗର ହବ୍ ଏବଂ ସୁରଟରେ ଡାଇମଣ୍ଡ ଟ୍ରେଡିଙ୍ଗ ମହୀଧରପାରା ହୀରା ବଜାର ଏବଂ ଭାରାଚ ହୀରା ବଜାରରେ ହେବ । ଯେଉଁଠାରେ ବ୍ୟବସାୟୀମାନେ ବିନା କିଛି ସୁରକ୍ଷାରେ ରାସ୍ତାରେ ଖୋଲାଖୋଲି ଏହାର କାରବାର କରିପରିବେ । ଏହି କାରଣରୁ ମୁମ୍ବାଇର BKC ଅର୍ଥାତ୍ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ବହୁ ସଂଖ୍ୟକ ହୀରା କାରବାର ହୋଇଥାଏ । ଯେଉଁଠାରେ ଇନ୍‌ଣ୍ଟର୍‌ନେସନାଲ ବାୟାର୍ସ ପାଇଁ ଅନେକ ଆଧୁନିକ ସୁବିଧା ମଧ୍ୟ ଉପଲବ୍ଧ ରହିଛି ।

ଏହା ଦୁନିଆର ସବୁଠୁ ବଡ ଅଫିସ୍ ସ୍ଥାନ :

୬୬ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ସୁରଟ ଡାଇମଣ୍ଡ ବୋର୍ସ ନିର୍ମାଣ କରାଯାଇଛି । ଏହାର କ୍ଷେତ୍ର ଦେଖିବା ପାଇଁ ଗଲେ ଏପର୍ଯ୍ୟନ୍ତ ଆମେରିକାର ପେଣ୍ଟାଗନ୍ ସବୁ ଠାରୁ ବଡ ଅଫିସ୍ କୋଠା । ତେବେ SDB ର ୪,୨୦୦ ରୁ ଅଧିକ କାର୍ଯ୍ୟାଳୟ ଅଛି, ଯାହା ୩୦୦ ବର୍ଗ ଫୁଟରୁ ୧,୧୫,୦୦୦ ବର୍ଗ ଫୁଟ ପର୍ଯ୍ୟନ୍ତ ନିର୍ମିତ ହୋଇଛି । ଏହି ବୋର୍ସରେ ୯ ଟି ଟାୱାର ଅଛି, ଯେଉଁଥିରେ ପ୍ରତ୍ୟେକ ଟାୱାରରେ ୧୫ ମହଲା ନିର୍ମାଣ କରାଯାଇଛି ।

ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟୁଇଟ୍ କରିଛନ୍ତି ଏହା ସହ ଏହା ମଧ୍ୟ ଭାରତର ଉଦ୍ୟୋଗୀ ମନୋଭାବର ଏକ ପ୍ରମାଣ । ଏହା ବାଣିଜ୍ୟ, ଗତିବିଧି ଏବଂ ସହଯୋଗର ଏକ ହବ୍ ଭାବରେ କାର୍ଯ୍ୟ କରିବ, ଆମର ଅର୍ଥନୀତିକୁ ଆହୁରି ବଢାଇବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଡାଇମଣ୍ଡ ବ୍ୟବସାୟୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଛି :

ଏହି ଡାଇମଣ୍ଡ ବୋର୍ସରେ, ଡାଇମଣ୍ଡ ବ୍ୟବସାୟୀଙ୍କ ସମସ୍ତ ଯତ୍ନ ନିଆଯିବା ପାଇଁ ଅନେକ ପ୍ରକାରର ସୁବିଧା ରହିଛି । ଡାଇମଣ୍ଡ ବ୍ୟବସାୟୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଠାରେ ଇନଫ୍ରା ଡିଜାଇନ୍ କରାଯାଇଛି । ଏହା ସହିତ ଡାଇମଣ୍ଡ ପଲିସିଂ, ଡାଇମଣ୍ଡ ଉତ୍ପାଦନ ମେସିନ୍, ସଫ୍ଟୱେର୍, ଡାଇମଣ୍ଡ କ୍ୟାଲିଟ୍‌ ସାଟିବିକେଟ୍‌ ଲ୍ୟାବ ଡାଇମଣ୍ଡ ଏବଂ ଆନ୍ତର୍ଜାତୀୟ ତଥା ଜାତୀୟ ବ୍ୟବସାୟୀମାନଙ୍କ ପାଇଁ ୨୭ ଟି ଡାଇମଣ୍ଡ ଗହଣା ଖୁଚୁରା ଆଉଟଲେଟ୍ ମଧ୍ୟ ସୁରଟ ଡାଇମଣ୍ଡ ବୋର୍ସରେ ରହିବ ।

ସୁରଟ ଡାଇମଣ୍ଡ ବୋର୍ସର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି କେନ୍ଦ୍ର ଖୋଲିବା ପରେ ୧.୫ ଲକ୍ଷ ଲୋକ ଏହା ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ । ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ସୁରଟରେ ହୀରା ବ୍ୟବସାୟ ସହିତ ଜଡିତ ଅଛନ୍ତି । ସୁରଟର ଡାଇମଣ୍ଡ ବ୍ୟବସାୟୀମାନେ ମଧ୍ୟ ଏଥିରୁ ପ୍ରତ୍ୟକ୍ଷ ଲାଭ ପାଇବେ ।

ସୁରକ୍ଷା ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି :

ସୁରଟ ଡାଇମଣ୍ଡ ବୋର୍ସରେ ସୁରକ୍ଷା ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି । କ୍ୟାମ୍ପସରେ ୪୦୦୦ ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି । ଏହା ସହିତ ଲୋକଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ଉପକରଣ ରଖାଯାଇଛି ।

ସୁରଟର ଡାଇମଣ୍ଡ ଇଣ୍ଡଷ୍ଟ୍ରୀ କେତେ ବଡ଼ ?

ଦୁନିଆରେ ବ୍ୟବହୃତ ହୀରାର ୯୦ ପ୍ରତିଶତ ସୁରଟରେ କଟା ହୋଇ ପଲିସ୍ ତିଆରି ହୋଇଛି । ଏହାର ହାରାହାରି କାରବାର ପ୍ରାୟ ୩ ଲକ୍ଷ କୋଟି ଟଙ୍କା ରହିଛି । ଏହା ମାଧ୍ୟମରେ ପ୍ରାୟ ୧୫ ଲକ୍ଷ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.