ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶାଙ୍କୁ ରେପ୍‌ ପରେ ହତ୍ୟା କରାଯାଇଛି, ସାଂସଦ ନାରାୟଣ ରାଣେ ଦେଲେ ବିସ୍ଫୋରକ ବୟାନ୍‌

ମୁମ୍ବାଇ : ଦିନକୁ ଦିନ ସୁଶାନ୍ତ ସିଂହଙ୍କ ମୃତ୍ୟୁ ରହସ୍ୟ ଜଟିଳ ହେବାରେ ଲାଗିଛି । ଏବେ ସୁଶାନ୍ତ ଓ ତାଙ୍କର ମ୍ୟାନେଜର ଦିଶାଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ସାଂସଦ ନାରାୟଣ ରାଣେ । ସେ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ଏହା ଏକ ପ୍ଲ୍‌ାନ ମର୍ଡର ଓ ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ୍‌ଙ୍କୁ ରେପ୍‌ ପରେ ହତ୍ୟା କରାଯାଇଛି । ଏଥିରେ ଜଣେ ମହାରାଷ୍ଟ୍ରର ମନ୍ତ୍ରୀ ମଧ୍ୟ ଜଡ଼ିତ ଅଛନ୍ତି ବୋଲି ଏହି ସାଂସଦ କହିଛନ୍ତି ।

 

disha-00

ଶ୍ରୀ ରାଣେ କହିଛନ୍ତି ଯେ ମୁମ୍ବାଇ ପୋଲିସ ଦକ୍ଷ । ତେବେ ମୁମ୍ବାଇ ପୋଲିସ ମାମଲାକୁ ଧରିବା ପରିବର୍ତ୍ତେ କ୍ଷମତାରେ ଥିବା କିଛି ଲୋକଙ୍କୁ ବଞ୍ଚାଇବାକୁ ଚାହୁଁଛି । ସୁଶାନ୍ତଙ୍କ ଘରେ ଜୁନ୍‌ ୮ ତାରିଖ ଓ ୧୩ ତାରିଖରେ ହୋଇଥିବା ପାର୍ଟିରେ କେଉଁମାନେ ଥିଲେ ସେମାନଙ୍କୁ ଖୋଜି ବାହାର କରିବା କଥା । ସେହି ପାର୍ଟିରେ ଜଣେ ମହାରାଷ୍ଟ୍ରର ମନ୍ତ୍ରୀ ସାମିଲ ଥିଲେ ବୋଲି ଶ୍ରୀ ରାଣେ କହିଛନ୍ତି ।

 

ଜୁନ୍‌ ୮ରେ ଦିଶାଙ୍କୁ ରେପ୍‌ କରିବା ପରେ ହତ୍ୟା କରାଯାଇଥିଲା । ସେହିପରି ଠିକ୍‌ ତା’ର ୬ ଦିନ ପରେ ସୁଶାନ୍ତଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ତେଣୁ ଦିଶାଙ୍କ ମୃତ୍ୟୁ ସହ ସୁଶାନ୍ତଙ୍କ ମୃତ୍ୟୁର କାହାଣୀ ଲୁଚି ରହିଛି ବୋଲି ଏହି ବରିଷ୍ଠ ରାଜନେତା କହିଛନ୍ତି । ସୁଶାନ୍ତଙ୍କୁ କିଏ ଧମକ ଦେଉଥିଲେ ତାହା ଜାଣିବା କଷ୍ଟକର ନୁହେଁ ବୋଲି ଶ୍ରୀ ରାଣେ କହିଛନ୍ତି । ତେଣୁ ଏହି ଉଭୟ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ଶ୍ରୀ ରାଣେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.