ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ସସପେନ୍ସ , ବଙ୍ଗୋପସାଗରରେ ବାତ୍ୟା ଆକଳନ କରୁଛି ଓ୍ଵିଣ୍ଡି ମଡେଲ୍‌

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ହେବ କି ବାତ୍ୟା ? ଲଘୁଚାପ ନେବ କି ସାମୁଦ୍ରିକ ଝଡ଼ ରୂପ ? ବଢୁଛି ବାତ୍ୟା ସସପେନ୍ସ । ଭାରତୀୟ ପାଣିପାଗ ବିଭାଗ ଏଯାଏ ବାତ୍ୟା ନେଇ କୌଣସି ଆକଳନ କରି ନଥିବା ବେଳେ ବିଭିନ୍ନ ବିଦେଶୀ ସଂସ୍ଥା ସାମୁଦ୍ରିକ ଝଡ଼ ପୂର୍ବାନୁମାନ କରୁଛନ୍ତି । ଓ୍ଵିଣ୍ଡିର ଦୁଇଟି ମଡେଲ୍‌ ସମ୍ଭାବ୍ୟ ବାତ୍ୟା ଆକଳନ କରୁଛନ୍ତି । ଓ୍ଵିଣ୍ଡିର ୟୁରୋପିଆନ୍‌ ECMWF ମଡେଲ୍‌ କହୁଛି ୨୪-୨୫ ତାରିଖରେ ସମ୍ଭାବ୍ୟ ସାମୁଦ୍ରିକ ଝ଼ଡ଼ ଆନ୍ଧ୍ର ଉପକୂଳର ଶ୍ରୀକାକୁଲମ୍‌ ପାଖରେ ଅତିକ୍ରମ କରିପାରେ । ସମାନ ଆଶଙ୍କା କରୁଛି ଆମେରିକୀୟ ମଡେଲ୍‌ GFS । ଅର୍ଥାତ ଗତକାଲି ଅପେକ୍ଷା ପୁଣି ବଦଳିଛି ସମ୍ଭାବ୍ୟ ମଡେଲର ଗତିପଥ ।

ଭାରତୀୟ ପାଣିପାଗ ବିଭାଗ ବଙ୍ଗୋପସାଗରରେ କୌଣସି ବାତ୍ୟାର ପୂର୍ବାନୁମାନ କରିନି । ଆଇଏମଡି କହିଛି, ୧୮ ତାରିଖରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୦ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.