ଭାରତୀୟଙ୍କ କଳାଟଙ୍କାର ସୂଚନା ଦେବ ସ୍ୱିସ୍‌ ବ୍ୟାଙ୍କ

ନୂଆଦିଲ୍ଲୀ : ଭାରତର ଦୁଇଟି କମ୍ପାନୀ ଓ ତିନି ଅଭିଯୁକ୍ତଙ୍କ କଳା ଟଙ୍କା ଜମା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସୂଚନା ଦେବ ସ୍ୱିସ୍‌ ବ୍ୟାଙ୍କ । ଏମାନଙ୍କ ବିରୋଧରେ ଦେଶରେ ତଦନ୍ତ ଚାଲିଛି । ଦୁଇଟି କମ୍ପାନୀ ହେଲେ ଜିଓଡେସିକ୍‌ ଲିମିଟେଡ୍‌ ଏବଂ ଆଧି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ । ସେହିପରି ତିନି ବ୍ୟକ୍ତି ହେଲେ ଜିଓଡେସିକ୍‌ ଲିମିଟେଡ୍‌ କମ୍ପାନୀର ପଙ୍କଜ କୁମାର ଓମକାର ଶ୍ରୀବାସ୍ତବ, ପ୍ରଶାନ୍ତ ଶରଦ ମୁଲେକର ଏବଂ କିରଣ କୁଲକର୍ଣ୍ଣି । ଏମାନଙ୍କ ସମ୍ପର୍କରେ ସୂଚନା ଦେବ ବୋଲି ସ୍ୱିସ୍‌ ସରକାର ଜଣାଇଛନ୍ତି ।
ସ୍ୱିସ୍‌ ବ୍ୟାଙ୍କ ହେଉଛି ବିଶ୍ୱର ସବୁଠାରୁ ଭଲ ଗୁପ୍ତ ବ୍ୟାଙ୍କ ବୋଲି ଧରାଯାଏ । ତେଣୁ ଏହା କଳା ଟଙ୍କା ଜମାକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.