Below header

ମାଜିଷ୍ଟ୍ରେଟଙ୍କୁ ମୁଖ୍ୟମନ୍ତ୍ରୀ ଭୟ : ଯୋଗୀ ଆଦିତ୍ୟନାଥଙ୍କୁ ଦେଖି ଆଥଲେଟ୍ ପରି ଦୌଡିଲେ ମହିଳା କଲେକ୍ଟର, ଭିଡିଓ ହେଉଛି ଭାଇରାଲ୍

ମାଜିଷ୍ଟ୍ରେଟଙ୍କୁ ମୁଖ୍ୟମନ୍ତ୍ରୀ ଭୟ । ଯୋଗୀ ଆଦିତ୍ୟନାଥଙ୍କ ଆସିବା ଖବର ଶୁଣି ମାରାଥନ କଲେ ମହିଳା କଲେକ୍ଟର । ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି ସୋସିଆଲ୍ ମିଡିଆରେ । ଘଟଣାଟି ହେଉଛି ଉତ୍ତରପ୍ରଦେଶ ବହରାଇଚ୍ ଅଂଚଳର ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲାର ବିକାଶ ଏବଂ କାନୁନ୍ ବ୍ୟବସ୍ଥା କିପରି ଚାଲିଛି ପରିଦର୍ଶନ ପାଇଁ ପହଂଚିଥିଲେ । ଏହି ଖବର ପାଇବା ପରେ ମହିଳା କଲେକ୍ଟର ମାଲା ଶ୍ରୀବାସ୍ତବ ବନିଯାଇଥିଲେ ଆଥଲେଟ୍ । ଯାହାଙ୍କୁ ଦେଖିଲେ ଲାଗୁଥିଲା ଯେମିତି ପିଟି ଉଷା । ନିଜ ଜିଲ୍ଲାର ସମସ୍ତ ମାମଲା ପାସ୍ କରିବା ପାଇଁ ଜଣେ ଆଥଲେଟଙ୍କ ପରି ଦୌଡୁଥିଲେ ମାଲା ଶ୍ରୀବାସ୍ତବ ।

ତେବେ ମହିଳା କଲେକ୍ଟରଙ୍କ ଏହି ପରିଶ୍ରମ ବିଫଳ ଯାଇନି । ଜିଲ୍ଲା ବିକାଶ ଏବଂ କାନୁନ ବ୍ୟବସ୍ଥାର ନୀରିକ୍ଷଣରେ ନମ୍ବର ୱାନ୍ ହେଲା ବହରାଇଚ୍ । ତେବେ ମାଜିଷ୍ଟ୍ରେଟଙ୍କ ଏହି ମାରାଥନର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏହା ସହ କିଛି ୟୁଜର୍ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ମଧ୍ୟ ଏଥିପାଇଁ ଟ୍ରୋଲ୍ କରିବାକୁ ପଛାଇ ନାହାଁନ୍ତି ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.