ଆମେରିକା-ଚୀନ୍‌ ବାଣିଜ୍ୟ ଯୁଦ୍ଧ : ମୂଲ୍ୟବୃଦ୍ଧି ନିଷ୍ପତ୍ତି ସ୍ଥଗିତ

ଓ୍ଵାଶିଂଟନ୍‌ : ବିଶ୍ୱବାସୀଙ୍କୁ ଆଶ୍ୱସ୍ତି । ଆମେରିକା ଓ ଚୀନ୍‌ ମଧ୍ୟରେ ଚାଲି ଆସିଥିବା ବାଣିଜ୍ୟ ଯୁଦ୍ଧ ଏବେ ସ୍ଥଗିତ ରହିଛି । ଆମେରିକା ଘୋଷଣା କରିଥିବା ନୂଆ ବାଣିଜ୍ୟ ଦରକୁ ଏବେ ଲାଗୁ କରାଯିବ ନାହିଁ । ୯୦ ଦିନ ଯାଏ ଏହାକୁ ସ୍ଥଗିତ ରଖା ଯାଇଛି । ଏହି ସମୟ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଆଲୋଚନା କରାଯାଇ ଯାହା କିଛ ନିଷ୍ପତ୍ତି ନିଆଯିବ ।
ଗତ ଜାନୁଆରୀ ୧ ତାରିଖରୁ ଆମେରିକା ଆମଦାନୀ କରୁଥିବା ଚୀନ୍‌ ସାମଗ୍ରୀ ଉପରେ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ୧୦ରୁ ୨୫ ପ୍ରତିଶତ ମୂଲ୍ୟ ବଢ଼ାଇ ଦେଇଥିଲେ । ସେହିପରି ଚୀନ୍‌ ଆମେରିକାରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ମଧ୍ୟ ଦର ବୃଦ୍ଧି ପାଇଥିଲା । ଯାହାଫଳରେ ସାରା ବିଶ୍ୱ ସମୁଦାୟ ମଧ୍ୟ ପ୍ରଭାବିତ ହୋଇଥିଲେ । ଉଭୟ ଟ୍ରମ୍ପ ଓ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ମିଳିତ ଭାବେ ମୂଲ୍ୟବୃଦ୍ଧିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.