ଆଉ ଦୂର ନୁହେଁ କାବୁଲ: କାନ୍ଦାହାରକୁ କବଜା କରିଥିବା ତାଲିବାନର ଦାବି, ଉଦ୍ଧାର ପାଇଁ ଆମେରିକା ପଠାଇଲା ୩୦୦୦ ସେନା

ନୂଆଦିଲ୍ଲୀ : କାନ୍ଦାହାର ଦଖଲ କଲା ତାଲିବାନ। ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାର ଏବେ ତାଲିବାନ କବଜ୍‌ରେ। ଏଭଳି ଦାବି କରିଛି ତାଲିବାନ । ୩୪ଟି ପ୍ରାଦେଶିକ ରାଜଧାନୀରୁ ୧୨ଟି ଦଖଲ କରି ସାରିଲାଣି ତାଲିବାନ। ଗୁରୁବାର ଆଫଗାନି ସେନା ହେରତ୍‌ ଛାଡିଥିଲେ ଓ ତାଲିବାନ କବଜାକୁ ଆସିଥିଲା ହେରତ୍‌ । ଏହା ପୂର୍ବରୁ ଆଫଗାନିସ୍ତାର ଦଶମ ପ୍ରାଦେଶିକ ରାଜଧାନୀ ଭାବେ ଗଜନୀ ଅକ୍ତିଆର କରିଥିଲା ତାଲିବାନ । ଆଉ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି କାବୁଲ।

ତାଲିବାନ ଯେଭଳି ଆଗକୁ ବଢ଼ୁଛି ଖୁବ୍‌ ଶୀଘ୍ର କାବୁଲ୍‌କୁ ନିୟନ୍ତ୍ରଣ କରିବ । ଆଉ ୩୦ ଦିନ ମଧ୍ୟରେ କାବୁଲ ଅକ୍ତିଆର କରିବ ଓ କିଛି ମାସ ମଧ୍ୟରେ ପୂରା ଦେଶକୁ ଦଖଲ କରିବ ବୋଲି ଆମେରିକା ଗୁଇନ୍ଦା ପକ୍ଷରୁ ଜଣାପଡିଛି। ଅନ୍ୟପଟେ ଆମେରିକା ତା’ର ୩ହଜାର ସେନା ପଠାଇଥିବା ସୂଚନା ଦେଇଛନ୍ତି ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟ ମୁଖପାତ୍ର ନେଡ୍‌ ପ୍ରାଇସ। ଆଫଗାନିସ୍ତାନରେ ଥିବା ଆମେରିକା ଦୂତାବାସର କର୍ମଚାରୀଙ୍କୁ ବାହାର କରିବାକୁ ସେନା ପଠାଇଛି ଆମେରିକା। ବ୍ରିଟେନ ମଧ୍ୟ ତା’ର କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ୬୦୦ ସେନା ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.