ଭୁଲରେ କ୍ୟାବ୍‌ ଡ୍ରାଇଭର ଆକାଉଣ୍ଟକୁ ବ୍ୟାଙ୍କ ପଠାଇଦେଲା ୯୦୦୦ କୋଟି ଟଙ୍କା, ଏବେ ସିଇଓ ଦେଲେ ଇସ୍ତଫା

କ୍ୟାବ୍ ଡ୍ରାଇଭରଙ୍କ ଆକାଉଣ୍ଟକୁ ଭୁଲବଶତଃ ୯ ହଜାର କୋଟି ଟଙ୍କା କ୍ରେଡିଟ ହୋଇଯାଇଥିଲା । ବ୍ୟାଙ୍କ ପକ୍ଷରୁ ଏଭଳି ଭୁଲ କରିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏସ୍ କ୍ରିଷ୍ଣନ । TMB ବ୍ୟାଙ୍କର ସିଇଓ ଭାବେ କାମ କରୁଥିଲେ ଏସ୍‌ କ୍ରିଷ୍ଣନ ।

ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କ (TMB) ର ଏମଡି ଓ ସିଇଓ ଏସ୍ କ୍ରିଷ୍ଣନ ନିଜ ପଦରୁ ଅଚାନକ ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବେ ବ୍ୟାଙ୍କରୁ ଜଣେ କ୍ୟାବ୍ ଡ୍ରାଇଭରଙ୍କ ଆକାଉଣ୍ଟକୁ ଭୁଲବଶତଃ ୯ ହଜାର କୋଟି ଟଙ୍କା କ୍ରେଡିଟ ହୋଇଯାଇଥିଲା । ଆଉ ବ୍ୟାଙ୍କ ପକ୍ଷରୁ ଏଭଳି ଭୁଲ କରିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏସ୍ କ୍ରିଷ୍ଣନ । ତେବେ ପରେ ଏହି ଟଙ୍କା ବ୍ୟାଙ୍କ ପୁଣିଥରେ କ୍ୟାବ୍‌ ଡ୍ରାଇଭରଙ୍କ ଆକାଉଣ୍ଟରୁ ଫେରାଇ ଆଣିଥିଲା । ତେବେ ବ୍ୟାଙ୍କ ସିଇଓ ନିଜ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ।

୨୦୨୨ ସେପ୍ଟେମ୍ବର ମାସରେ TMB ବ୍ୟାଙ୍କର ସିଇଓ ଭାବେ ଏସ୍ କ୍ରିଷ୍ଣନ ଦାୟିତ୍ୱ ଗ୍ରହଣ କରିଥିଲେ । ଗତ ଗୁରୁବାର ବ୍ୟାଙ୍କର ବୋର୍ଡ ମିଟିଂ ବସିଥିବା ବେଳେ ଏସ୍ କ୍ରିଷ୍ଣନଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇଛି। ଏନେଇ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ଅନୁମୋଦିତ ନ ହେବା ପର୍ଯ୍ୟନ୍ତ ଏସ୍ କ୍ରିଷ୍ଣନ ନିଜ ପଦରେ ରହି ଦାୟିତ୍ୱ ତୁଲାଇବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ତେବେ ତାଙ୍କ କାର୍ଯ୍ୟକାଳ ଆଉ ଅନେକ ବର୍ଷ ବାକି ରହିଛି ।

ଗତ ସପ୍ତାହରେ ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କର ଜଣେ ଆକାଉଣ୍ଟଧାରୀ ରାଜ କୁମାରଙ୍କ ଆକାଉଣ୍ଟକୁ ୯ ହଜାର କୋଟି ଟଙ୍କା କ୍ରେଡିଟ ହୋଇ ଯାଇଥିଲା । ରାଜ କୁମାର ଜଣେ କ୍ୟାବ ଡ୍ରାଇଭର ହୋଇଥିବା ବେଳେ ଏତେ ଟଙ୍କା କିପରି ତାଙ୍କ ଆକାଉଣ୍ଟକୁ ଆସିଲା ଜାଣି ପାରିଲେ ନାହିଁ । ଏପରିକି ଏହା ଏକ ସ୍କାମ ବୋଲି ପ୍ରଥମେ ସେ ଭାବିଥିଲେ । ତେବେ ବ୍ୟାଙ୍କ ଟଙ୍କା ପଠାଇବାର ଅଧାଘଣ୍ଟାରେ ପୁଣି ସବୁ ଟଙ୍କା ଫେରାଇ ନେଇଥିଲା । ଏବେ ବ୍ୟାଙ୍କର ସିଇଓ ଇସ୍ତଫା ଦେଇଥିବା ବେଳେ ଏହା ପଛର ପ୍ରକୃତ କାରଣ ଜଣାପଡ଼ିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.