ଦିନ ଦ୍ୱିପ୍ରହରରେ ଶିକ୍ଷୟିତ୍ରୀଙ୍କୁ ଅପହରଣ କଲେ ଦୁବୃର୍ତ୍ତ, ଭାଇରାଲ ହେଉଛି ଭିଡିଓ

ଅପହରଣର ଏକ ଆଶ୍ଚର୍ଯ୍ୟଜନକ ମାମଲା କର୍ଣ୍ଣାଟକର ହାସନ ଅଞ୍ଚଳରୁ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷ ବୟସ୍କା ସ୍କୁଲ ଶିକ୍ଷୟିତ୍ରୀ ଅପହରଣର ଶିକାର ହୋଇଛନ୍ତି । ହାସନ ଜିଲ୍ଲାର ତିନିଜଣ ବ୍ୟକ୍ତି ଏହି ଅପହରଣ କରିଛନ୍ତି ।

ଦିନକୁ ଦିନ ବଢ଼ି ଚାଲିଛି ଅପରାଧିକ ମାମଲା । ରାତି କଣ ଅପରାଧୀମାନେ ଦିନରେ ବି ଅପରାଧ କରିବାକୁ ପଛାଉ ନାହାନ୍ତି । ନା ଅଛି ପୋଲିସର ଭୟ ନା ଅଛି କାନୁନର ଭୟ । ନିର୍ଭୟରେ ଅପରାଧିକ କାର୍ଯ୍ୟକୁ କରୁଛନ୍ତି କିଛି ଅପରାଧି । ତେବେ ନିକଟରେ ଏଭଳି ଏକ ଅପହରଣର ମାମଲା ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ବି ଭୟରେ ଥରିଯିବେ । ଆଉ ଦିନ ଦ୍ୱିପ୍ରହରେ ଘରୁ ବାହାରିବାକୁ ମଧ୍ୟ ଭୟ କରିବେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ ହୋଇଛି ।
ଅପହରଣର ଏକ ଆଶ୍ଚର୍ଯ୍ୟଜନକ ମାମଲା କର୍ଣ୍ଣାଟକର ହାସନ ଅଞ୍ଚଳରୁ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷ ବୟସ୍କା ସ୍କୁଲ ଶିକ୍ଷୟିତ୍ରୀ ଅପହରଣର ଶିକାର ହୋଇଛନ୍ତି । ହାସନ ଜିଲ୍ଲାର ତିନିଜଣ ବ୍ୟକ୍ତି ଏହି ଅପହରଣ କରିଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ଏବଂ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଏହି ସିସିଟିଭି ଫୁଟେଜ୍‌ ସୁମିତ କୁମାର ନାମକ ଜଣେ ଟ୍ଵିଟର ୟୁଜର ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଅର୍ପିତା ଯେଉଁ ସ୍କୁଲରେ ପାଠ ପଢ଼ାନ୍ତି ସେହି ସ୍କୁଲ ନିକଟରୁ ହିଁ ତାଙ୍କୁ ଅପହରଣ କରାଯାଇଥିବା ଜଣା ପଡ଼ିଛି । ମହିଳା ଜଣଙ୍କ ରାସ୍ତାରେ ଯାଉଥିବା ସମୟରେ ହିଁ ଧିରେ ଧିରେ ଏକ ଏସୟୁଭି ତାଙ୍କ ନିକଟରେ ଆସି ଅଟକି ଥିଲା । ପରେ ଶିକ୍ଷୟିତ୍ରୀଙ୍କୁ ଜୋର ଜବରଦସ୍ତି କରି କାର ଭିତରକୁ ଟାଣି ନେଇଥିଲେ ଦୃବୁର୍ତ୍ତ ।

ପୋଲିସର ସୂଚନାନୁସାରେ ଅର୍ପିତାଙ୍କ ମା ତାଙ୍କ ସମ୍ପର୍କୀୟ ରାମୁ ନାଁରେ ଅପହରଣରେ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ଉଭୟ ପ୍ରାୟ ଚାରି ବର୍ଷ ଧରି ସମ୍ପର୍କରେ ଥିଲେ । ପରିବାର ତରଫରୁ କୁହାଯାଇଛି ରାମୁ ଅର୍ପିତାଙ୍କୁ ବିବାହ କରିବାକୁ ଚାହୁଁଥିଲା କିନ୍ତୁ ଏହି ପ୍ରସ୍ତାବରେ ଅର୍ପିତା ଏବଂ ପରିବାର ଲୋକ ରାଜି ନଥିଲେ । ଏନେଇ ରାମୁ ପ୍ରତିଶୋଧ ପରାୟଣ ହୋଇ ଏଭଳି କରିଥିବା ପରିବାର ଲୋକ ଅଭିଯୋଗ ଆଣିିଛନ୍ତି ।

ମହିଳା ଏକ ସ୍କୁଲରେ କାମ କରୁଥିଲେ ବୋଲି ହାସନ ପୋଲିସ ମହମ୍ମଦ ସୁଜିତା କହିଛନ୍ତି । ତେବେ ସ୍କୁଲ ବନ୍ଦ ଥିବା ଦିନ ହିଁ ତାଙ୍କୁ ଅପହରଣ କରାଯାଇଛି । ଭାଇରାଲ ହୋଇଥିବା ସିସିଟିଭି ଫୁଟେଜରେ ପ୍ରଥମେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାର ଦେଖାଯାଇଛି । କିଛି ସମୟ ପରେ ଅର୍ପିତା ଏକ ଗଳି ରାସ୍ତାରୁ ବାହାରକୁ ଆସିଥିଲେ । ଏହି ସମୟରେ ଏକ କାର ଧୀରେ ଧୀରେ ତାଙ୍କ ନିକଟକୁ ଆସିଥିଲା ଏବଂ ମହିଳାଙ୍କ ପାଖରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କୁ କାର ଭିତରକୁ ପଶାଇବାକୁ ଚେଷ୍ଟା କରିଥିଲେ । ଠିକ୍‌ ସେହି ସମୟରେ ନିକଟରେ ବୁଲୁଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ମହିଳାଙ୍କୁ ଅପହରଣ କରିବା ପାଇଁ ସାହାଯ୍ୟ କରିଥିଲେ । ତେବେ କାରର ଗେଟ ଖୋଲି ଜଣେ ବ୍ୟକ୍ତି ବାହାରକୁ ଆସିଥିଲା ଏବଂ ତିନିଜଣ ଦୁବୃର୍ତ୍ତ ମିଶି ମହିଳାଙ୍କୁ କାର ଭିତରକୁ ଠେଲି ଥିଲା । ଏହା ପରେ ଏସୟୁଭି କାର ସେହି ସ୍ଥାନରୁ ପଳାଇଥିଲା । ତେବେ ସମ୍ପୃକ୍ତ ଘଟଣାକୁ ନେଇ ବର୍ତ୍ତମାନ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.